ବାରିପଦା : ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ତିନି ଜଣ ଅଭିଯୁକ୍ତ କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ମହରାସାହିକାଟୁରିଆ ଗ୍ରାମର ଧନେଶ୍ଵର ମୁର୍ମୁ (23), ପଶ୍ଚିମବଙ୍ଗ ରାଜ୍ୟର ଗପୀବଲଭପୁର ଥାନା ଅନ୍ତର୍ଗତ ଆଠାଣିଅମର୍ଦା ଗ୍ରାମର ଶ୍ୟାମ ସୁନ୍ଦର ରଣା ଏଲିଏସ ରାଜୁ ଏଲିଏସ ସୋନା ନାଏକ (43), ରାଜସ୍ଥାନ ରାଜ୍ୟର ବରଣସଦର ଥାନା ଅନ୍ତର୍ଗତ ବରଦାଚୌକି ଗ୍ରାମର ରାମ ସୁମନ (29) l ଅଭିଯୁକ୍ତ ରାମ ସୁମନ କୁ ଦଫା 143(2) ଅଫ ଦା ବିଏନଏସ 2023 ଅନୁଯାୟୀ ସାତ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଅଭିଯୁକ୍ତ ଧନେଶ୍ଵର ମୁର୍ମୁ ଏବଂ ଶ୍ୟାମ ସୁନ୍ଦର ରଣା ଉଭୟଙ୍କୁ ବିଭିନ୍ନ ଦଫାରେ ମୋଟ 36 ବର୍ଷ ସଶ୍ରମ କାରାଦଣ୍ଡ ସମେତ ମୋଟ 50 ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ 30 ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଉଭୟଙ୍କୁ ଦଫା 65(1) ରିଡ ଉଇଥ ସେକ୍ସନ 49 ଅଫ ଦା ବିଏନଏସ 2023 ରେ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏ ସମସ୍ତ ଦଣ୍ଡଦେଶ ଏକ କାଳୀନ ଲାଗୁ କରିବା ସହିତ ଆଦାୟ ଜୋରିମାନା ଅର୍ଥ ପୀଡିତା କୁ ଦେବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଏହି ତିନି ଜଣ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ଗୋଟିଏ ପରିବାରର ଦୁଇ ଜଣ ନାବାଳିକା ସମେତ ଚାରିଜଣ ଭଉଣି ଙ୍କୁ ଚାକିରୀ କରାଇଦେବା କହି ଉତ୍ତରପ୍ରଦେଶ ରାଜ୍ୟ କୁ ନେଇ ଯାଇଥିଲେ l ମାତ୍ର ସେଠାରେ ଏମାନଙ୍କ ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ l ଅନେକ ଦିନ ପର୍ଯ୍ୟନ୍ତ ପରିବାରଵର୍ଗ ଚାରି ଝିଅଙ୍କର କୌଣସି ଖୋଜ ଖବର ପାଇନଥିଲେ l କିଛିଦିନ ପରେ ଏଇ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଝିଅମାନଙ୍କ ଗ୍ରାମର ଜଣେ ଲୋକଙ୍କୁ ଫୋନ ଯୋଗେ କହିଥିଲା ମୋ ପାଖରେ ଏମାନେ ସମସ୍ତେ ଅଛନ୍ତି ତେଣୁ ମୋର ହ୍ୱାଟ୍ସସପ ରେ ଟଙ୍କା ପଠାଇବାକୁ କହିଥିଲା l ଏହାପରେ ଗ୍ରାମରେ ନିଷ୍ପତି ଅନୁଯାୟୀ ଉକ୍ତ ଝିଅ ମାନଙ୍କ ପିତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଏ ବାବଦରେ ଶରତ ଥାନାରେ କେସ ନମ୍ବର 30/13-4-2025 ରେ ଏକ ଅଫହରଣ ଏବଂ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ତିନି ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 17 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l

