Photo for the news of crcc baithaka

ସାଧନକେନ୍ଦ୍ର ସ୍ତରୀୟ ବୈଠକ

ରାଜ୍ୟ

ଆଗରପଡ଼ା: ବନ୍ତ ବ୍ଲକ ଓଡଙ୍ଗ ଆଂଚଳିକ ସାଧନକେନ୍ଦ୍ର ସ୍ତରୀୟ ମାସିକ ବୈଠକ ସରକାରୀ ଉପ୍ରା ବିଦ୍ୟାଳୟ ଗୋପାଳପୁରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ପରମେଶ୍ୱର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଆଗରପଡ଼ା ସ୍ଥିତ ଡ଼ାଏଟ ପ୍ରଶିକ୍ଷିକା ମଧୁସ୍ମିତା ତ୍ରିପାଠୀ, ସମ୍ମାନିତ ଅତିଥି ମଙ୍ଗୁଲି ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ରମାକାନ୍ତ ରାଉତ , ଜେକେନୋଡାଲ ଓଡଙ୍ଗ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାଧବାନନ୍ଦ ମୁଣ୍ଡା, ହରିହର ଉପ୍ରା(ମଇ) ବିଦ୍ୟାଳୟ ବୋଡକପାଟଣାର ପ୍ରଧାନଶିକ୍ଷକ ବିନୋଦ ବିହାରୀ ଜେନା ପ୍ରମୁଖ ଯୋଗଦେଇ ଥିଲେ । ପ୍ରେମଲତା ଜେନା,ସନାତନ ଦାଶ, ସୂର୍ଯ୍ୟମଣି ଜେନା, ସରସ୍ୱତୀ ନାଥ, ଅମିତା ସାହୁ, ଦିବ୍ୟଜ୍ୟୋତି ଜେନା, ହଳଧର ସେଠୀ, ଶ୍ରୀଧର ପଣ୍ଡା, ସୁଶାନ୍ତ ଖୁଣ୍ଟିଆ, ରଞ୍ଜିତା ଦାସ, ବାସନ୍ତୀଲତା ପ୍ରଧାନ, ମାନସ ରଞ୍ଜନ ସେଠୀ, କୌଶଲ୍ୟା ଜେନା, ଅମର ସ୍ୱାଇଁ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।

Shrutilipi ad