Img 20251219 wa0138

ସୁନାମୁହିଁ ବିଦ୍ୟାଳୟର ବାର୍ଷିକ ଉତ୍ସବ; ୧୦୪ ଛାତ୍ରଛାତ୍ରୀ ପୁରସ୍କୃତ 

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୨ ନଂ ୱାର୍ଡରେ ସ୍ଥିତ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗଦେଇ ବି ଆର ସି ସି ତପସ୍ୱିନୀ ଦାଶ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ସି ଆର ସି ସି କନକଲତା ମାଝୀ, ବାରିପଦା ବ୍ଲକ ଶିକ୍ଷକ ସଙ୍ଘ ସଭାପତି ପ୍ରଦୀପ କୁମାର ନାଥ, ସମ୍ପାଦକ ସିଦ୍ଧେଶ୍ୱର ମିଶ୍ରଙ୍କ ସମେତ ବରିଷ୍ଠ ଶିକ୍ଷକ ତଥା ଶିକ୍ଷକ ନେତା ସୋମନାଥ ସିଂହ, ସୁଶୀଲ ପଣ୍ଡା, ଗୌରଗୋପାଳ ଲେଙ୍କା, ସପନ ବେହେରା, ପ୍ରଦୀପ ଦେ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ମିଶ୍ର ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଶିକ୍ଷକ ସୁବୋଧ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ I ଶ୍ରେଷ୍ଠ ଛାତ୍ରୀ ଭାବେ ପ୍ରିୟଙ୍କା ସାହୁ, ଶ୍ରେଷ୍ଠ ଖେଳାଳି ଭାବେ ଶ୍ରାବଣୀ ସିଂ ଓ ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ରୀ ଭାବେ ନିଲି ରାଉତ ପୁରସ୍କୃତ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ I ତତସହିତ ୧୦୪ ଜଣ କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା I  ବିଦ୍ୟାଳୟର ଶିକ୍ଷୟତ୍ରୀ ମାମିନା ଘୋଷ ଓ ସୁଜାତା ଦ୍ଵାରୀ ତଥା ପରିଚାଳନା କମିଟିର ସଭ୍ୟସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶେଷରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କୁ ବିମୋହିତ କରିଥିଲା I
Shrutilipi ad