୨ଟି ବାଲି ବୋଝେଇ ହାଇୱା ଜବତ

ରାଜ୍ୟ

ଆଗରପଡ଼ା: ବୈତରଣୀ ନଦୀ ଘାଟରୁ ବାଲି ବୋଝେଇ କରି ୨ଟି ହାଇୱା ଆଗରପଡ଼ା ରାସ୍ତାରେ ଦୃତ ଗତିରେ ଯାଉଥିଲା । ଏଥିରେ ସନ୍ଦେହ ହେବାରୁ ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନା ହାଇୱା ୨ଟି ଅଟକାଇ ଯାଂଚ କରିଥିଲେ । ମାତ୍ର ଆବଶ୍ୟକୀୟ କାଗଜପତ୍ର ନ ଥିବାରୁ ଥାନା କେସ୍ ନଂ ୧୩୩/୨୫ରେ ଏକ ମାମଲା ରୁଜ୍ଜୁ କରି ସଂପୃକ୍ତ ୨ଟି ହାଇୱା ନଂ ଓଡି-୦୧- ଏଜେଡ-୮୦୬୨ ଓ ଓଡି୩୫-୨୪୬୯କୁ ପୋଲିସ୍ ଜବତ୍ କରିଥିବାର ଜଣାପଡ଼ିଛି ।

Shrutilipi ad