ବାରିପଦା : ଆଜି ବାରିପଦା ଭଞ୍ଜପୁର ଥାନା ପୋଲିସ ସ୍ଥାନୀୟ ତକତପୁର ଅଞ୍ଚଳରେ ବିଜେପି କାର୍ଯ୍ୟାଳୟ ନିକଟରେ ଥିବା ଏକ ନିମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଅଛି l ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହି ଘଟଣା ଦେଖି ପୋଲିସ କୁ ଖବର ଦେଇଥିଲେ l ମୃତ ଯୁବକ ର ବୟସ ଆନୁମାନିକ 35 ବର୍ଷ ପାଖା ପାଖୀ ବୋଲି ଜଣା ପଡୁଥିବାବେଳେ ପରିଚୟ ମିଳିପାରିନାହିଁ l ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ବା ସହିତ ପୋଲିସ ତଦନ୍ତ ଜାରି ରହିଅଛି l ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ l

