Photo for the news of gorakshya

ଗୋରକ୍ଷା ଓ ପରିବେଶ ରକ୍ଷା ଅଭିଯାନ

ରାଜ୍ୟ

ବନ୍ତ/ଆଗରପଡ଼ା: ଗୁରବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ପୁରୀ ବାଲିଘାଇ କ୍ରୀୟଯୋଗ ଆଶ୍ରମର ସନ୍ନ୍ୟାସୀ ସ୍ୱାମୀ ନିର୍ମଳା ନନ୍ଦ ଗିରି,ସ୍ୱାମୀ ଶ୍ରୀକୃଷ୍ଣ ଆନନ୍ଦ ଗିରି ଏବଂ ଡ଼ଃ କୁଳମଣି ଯୋଗାଚାରୀଙ୍କ ଉପସ୍ଥିତିରେ ନିମାପଡ଼ା କପାଳୀ କ୍ଷେତ୍ର ପାବନ ପରିସରରେ ଗୋ ରକ୍ଷା,ଜୀବନ ରକ୍ଷା ଓ ଦେଶ ରକ୍ଷା ପରିପ୍ରେକ୍ଷୀରେ ଏକ ପ୍ରବଚନ ସଭା ଅନୁଷ୍ଠିତ ହୋଇଥିଲା । ସନ୍ନ୍ୟାସୀମାନେ ଜୀବନ ରକ୍ଷା ପାଇଁ ଗୋମାତା ପୂଜନ,ଗୋଶାଳା ସ୍ଥାପନ ଏବଂ ଗୋମାତାର ବହୁମୂଲ୍ୟ ଅବଦାନ ଉପରେ ପ୍ରବଚନ ରଖିଥିଲେ । ଭାରତ ଭଳି ଏକ ହିନ୍ଦୁ ରାଷ୍ଟ୍ରରେ ଗୋମାତା ପ୍ରତି ଅବହେଳା ଆଦୌ ସ୍ପୃହଣୀୟ ନୁହେଁ । ଗ୍ରାମାଚଂଳରେ ଗୋ ସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ ଅବକ୍ଷୟ ଯେଉଁ ସ୍ୱାସ୍ଥ୍ୟ ଗତ ଓ ପରିବେଶ ଗତ ସମସ୍ୟା ସୃଷ୍ଟି କରୁଛି ସେଥିପାଇଁ ଜନ ସଚେତନତା ଆବଶ୍ୟକ ଅଛି । କେନ୍ଦ୍ର ସରକାର ଗୋମାତା ପ୍ରତି ଯଥେଚ୍ଛା ସମ୍ବେଦନଶୀଳ । ଲୋକମାନେ ସେଥିପ୍ରତି ଆଗ୍ରହ ପ୍ରକାଶ କରିବା ଦରକାର । ଗୋମାତାର କ୍ଷୀର,ଗୋମୟ,ମୂତ୍ର ସବୁ କିଛି ଖାଲି ପବିତ୍ର ନୁହେଁ ମାନବ ସମାଜ ପ୍ରତି ଅତୀବ ଉପାଦେୟ ବୋଲି ମତ ପ୍ରକାଶ ପାଇଥିଲା । ଏ ଅଚଂଳର ବହୁ ଗୋମାତା ପ୍ରେମୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଗଣେଶ ପ୍ରସାଦ କର ଶର୍ମା,ତ୍ରିଲୋଚନ ପଣ୍ଡା,ବିବେକାନନ୍ଦ ଜେନା,ରବୀନ୍ଦ୍ର ନାଥ ରାଉତ,ରାହାସ ବିହାରୀ ନାୟକ,ସୁବାସ ଚନ୍ଦ୍ର ନାୟକ,ଅନାଥ ଚରଣ ଦାସ,ପ୍ରତାପ ଚନ୍ଦ୍ର ବିଶ୍ୱାଳ,ମୃତ୍ୟୁଞ୍ଜୟ ଜେନା,ଅନ୍ନଦା ପ୍ରସାଦ କର ଶର୍ମା, ଯୋଗା ଚାରି କୁଳମଣି ପ୍ରମୁଖ ଭାଗ ନେଇଥିଲେ । ଆଡ଼ିଆ ଗ୍ରାମରେ ବିବେକା ନଦ ଜେନା ଓ ନରସିଂହପୁର ଠାରେ ସୁବାସ ଚନ୍ଦ୍ର ନାୟକ ଦୁଇଟି ଗୋଶାଳା ସ୍ଥାପନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ଅସହାୟ ବୃଷଭ ଓ ବୁଲା ଗୋରୁମାନଙ୍କ ଥଇଥାନ ହେଲେ ସମାଜର ବହୁ ଉପକାର ସାଧିତ ହେବ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ମହାପ୍ରସାଦ ସେବନ ଏବଂ ଶାନ୍ତି ପାଠ ପରେ କାର୍ଯକ୍ରମ ସମାପ୍ତ ହୋଇଥିଲା ।

Shrutilipi ad