ଆହାର କେନ୍ଦ୍ରରେ ଯୁବକଙ୍କଠାରୁ ବନ୍ଧୁକ ଜବତ

ରାଜ୍ୟ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ଥାନା ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଭିତରୁ ବନ୍ଧୁକ ଜବତ ହୋଇଛି। ଆହାର କେନ୍ଦ୍ରରେ ଜଣେ ଯୁବକ ଖାଉଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଥିବା ସିକ୍ୟୁରିଟି ଦେଖିବାକୁ ପାଇଥିଲେ। ପରେ ସିକ୍ୟୁରିଟି ଏବଂ ଆହାର କେନ୍ଦ୍ରର କର୍ମଚାରୀ ଯୁବକଙ୍କଠୁ ବନ୍ଧୁକ ଆଣିବା ବେଳେ ଯୁବକ ଜଣକ ପାଚେରୀ ଡେଇଁ ଫେରାର୍‌ ହୋଇଯାଇଥିଲେ। ପୁଲିସ୍‌ ଯୁବକଙ୍କୁ ଧରି ଥାନାରେ ଅଟକ ରଖିଛି। ତେବେ ଯୁବକ ଜଣକ କାହିଁକି ବନ୍ଧୁକ ଧରି ଆସିଥିଲେ , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।

Shrutilipi ad