Img 20251217 wa0328

ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ମହାରାଜା ଶ୍ରୀ ରାମଚନ୍ଦ୍ର ଭୋଞ୍ଜଦେଓଙ୍କ ଜୟନ୍ତୀ ପାଳିତ

ରାଜ୍ୟ
  • ‘ସମଗ୍ର ଓଡିଶା ପାଇଁ ମହାରାଜାଙ୍କ ଅବଦାନ ଅତୁଳନୀୟ’
ବାରିପଦା : ନବ ଓଡିଶାର ଅନ୍ୟତମ ନିର୍ମାତା, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ତଥା ମୟୂରଭଞ୍ଜର ତତ୍କାଳୀନ ପ୍ରଜାନୁରଞ୍ଜକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ଜନ୍ମ ଜୟନ୍ତୀ ସ୍ଥାନୀୟ ମଧୁବନସ୍ଥିତ ରାଣିବାଗଠାରେ ମହାରାଜାଙ୍କ ସମାଧି ପୀଠରେ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପାଳିତ ହୋଇଯାଇଛି.  ବର୍ଷୀୟାନ ସାମ୍ବାଦିକ ଡ଼. ବିଜୟ କୁମାର ଅଗ୍ରୱାଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଜୟନ୍ତୀ ପାଳନରେ ମଞ୍ଚର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ସଦସ୍ୟ ଉଦୟନାଥ ଜେନା, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ପିତାମ୍ବର ମଲ୍ଲିକ, ଗୋଲୋକ ମହାନ୍ତି,  ଦୀପକ କୁମାର ନାୟକ, ସୟେଦ ସିରାଜୁଦ୍ଦିନ, ଦିଲ୍ଲୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ସାମୁହିକ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ମହାରାଜାଙ୍କ ସ୍ମୃତିଚାରଣ କରି ଥିଲେ l ଏହି ଅବସରରେ ସଦସ୍ୟବୃନ୍ଦ ନିଜ ନିଜ ବ୍ୟକ୍ତବ୍ୟରେ ସମଗ୍ର ଓଡିଶା ପାଇଁ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ.
Shrutilipi ad