ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା କୋଚିଂ

ରାଜ୍ୟ
ବାରିପଦା: ଜିଲ୍ଲାର ଶିକ୍ଷିତ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ ଆସ୍ପାୟର ଯୋଜନା ମାଧ୍ୟମରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବାରିପଦା ପକ୍ଷରୁ ମାଗଣା କୋଚିଂ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏଠାରେ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ ସେବା  ପରୀକ୍ଷା, ବ୍ୟାଙ୍କ, ଏସସିସି, ଓଏସସିସି ଓ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ  ଶିକ୍ଷାଦାନ କରାଯିବ । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ ହାସଲ କରିଥିବା ଆଶାୟୀ ଛାତ୍ରଛାତ୍ରୀଏଥିରେ ଭାଗ ନେଇ ପାରିବେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତମ ରୂପେ ପ୍ରଶିକ୍ଷଣ ଦିଆଯାଇ ଆବଶ୍ୟକ ପାଠ୍ୟପୁସ୍ତକ ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ଆଇଟିଡିଏ ବାରିପଦା କାର୍ଯ୍ୟାଳୟକୁ ଆସି ଫର୍ମ ଦାଖଲ କରି ପାରିବେ । ଏଥିସହ ଏସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଦୂରଭାଷ:୯୮୬୧୧୬୦୫୦୧,୯୯୩୭୦୬୫୫୯୬,୯୮୫୩୩୦୦୦୪୧,୬୩୭୦୪୯୧୮୫୯, ୭୮୭୮୭୭୨୩୩୬ ରେ ଆଇଟିଡିଏ ବାରିପଦା କାର୍ଯ୍ୟାଳୟ ସହ  ଯୋଗାଯୋଗ କରିପାରିବେ ।  ଆଗ୍ରହୀ ପ୍ରାର୍ଥୀମାନେ ବାରିପଦା ସ୍ଥିତ ଆଇଟିଡିଏ କାର୍ଯ୍ୟାଳୟକୁ ଆସି ଆବେଦନ କରିପାରିବେ । ଅବିଳମ୍ବେ ଆବେଦନ କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।
Shrutilipi ad