Images

ବିସ୍କୁଟ୍ ଲୋଭ ଦେଖାଇ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ

ରାଜ୍ୟ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କେହି ଦୁର୍ବୃତ୍ତ ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡିକାଲରେ ଶିଶୁ କନ୍ୟାଟିର ଚିକିତ୍ସା ଚାଲିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Shrutilipi ad