Img 20251215 wa0256

ଇଚିଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ଵିଦ୍ୟାଳୟ ପାଲଟିଛି ଅସମାଜିକ ଓ ଜୁଆଡିଙ୍କ ଆଡ୍ଡାସ୍ଥଳୀ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ଇଚିଣ୍ଡା ଗ୍ରାମର ବହୁ ପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପାଲଟିଛି ଅସାମାଜିକ ଓ ଜୁଆଡିଙ୍କ ଆଡ୍ଡାସ୍ଥଳୀ  ।ଯାହାକୁ ନେଇ ଅଭିଭାବକ, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।ଏହି ବିଦ୍ୟାଳୟର ପରିସରର ମଦୁଆ ଲୋକ ମଦ ପିଇ ମଦ ବୋତଲ ପକାଉଛନ୍ତି, ଗଞ୍ଜୁଡୁ, ନିଶାଖୋର ମାନେ ନିଶା ଖାଇ ଅଶ୍ରାଵ୍ଯ ଭାଷାରେ ଗାଳି ଗୁଲଜ କରୁଛନ୍ତି ।ଅଙ୍ଗନବାଡ଼ି କେନ୍ଦ୍ରରେ ଜୁଆ ,ତାସ ଖେଳୁଛନ୍ତି ।ଗାଁର ଯୁବକମାନେ ପଥ ଭ୍ରଷ୍ଟ ହେଉଛନ୍ତି ।ଅଙ୍ଗନବାଡ଼ି କେନ୍ଦ୍ରକୁ ଶୌଚାଳୟ ରେ ପରିଣତ କରିଛନ୍ତି । ଦିନ ଦ୍ବିପ୍ରହରୁ ରାତି ପର୍ଯ୍ୟନ୍ତ ଜୁଆ ଖେଳ ଚାଲିଛି । ଯାହାଫଳରେ କୁନି କୁନି ପିଲାମାନେ,ଅଙ୍ଗନବାଡ଼ି ଦିଦି ମାନେ ମଦ ଗନ୍ଧ ସାଙ୍ଗକୁ ଦୁର୍ଗନ୍ଧ ରେ ଶ୍ରେଣୀ ଗୃହରେ ପାଠ ପଢାଇପାରୁ ନାହାନ୍ତି  ।ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି ।ତେଣୁ ପୋଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
Shrutilipi ad