ଆଗରପଡ଼ା: ଆଗରପଡ଼ାର ବିଶିଷ୍ଟ ଲୁଗା ବ୍ୟବସାୟୀ ସ୍ୱର୍ଗତ ଗିରିବର ଗୁପ୍ତାଙ୍କ ପୁଅ ମହାବୀର(୬୧)ଙ୍କର ପରଲୋକ ଘଟିଛି । ସେ ଯାଜପୁର ସ୍ଥିତ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ଥିବାବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଚିକିତ୍ସା ପାଇଁ କଟକ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।ସେ ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବ୍ୟବସାୟୀ ବଡ଼ଭାଇ ଶ୍ୟାମ, ଲଛୁ,ପୁତୁରା ଜ୍ଞାନୀଙ୍କ ସମେତ ପତ୍ନୀ, ଏକମାତ୍ର ପୁଅ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ସେ ଜଣେ ପରୋପକାରୀ, ଧାର୍ମିକ ବ୍ୟକ୍ତି ଥିଲେ ।ତାଙ୍କ ପରଲୋକରେ ଆଗରପଡ଼ା, ଯାଜପୁର ରୋଡ଼ ଆଦି ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

