ଆଗରପଡ଼ା: ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ବିଟିପୁର(ଗଡ଼ସାହୀ)ଗ୍ରାମରେ ଅବସ୍ଥିତ ତଥା ଡ.ହରେକୃଷ୍ଣ ମହତାବଙ୍କ ଅନ୍ୟତମ କୂଳ ଦେବୀ ଗଡ଼ଚଣ୍ଡିଙ୍କ ମନ୍ଦିରରେ ସୋମବାର ବିଳମ୍ବିତ ରାତିରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଲୋକେ ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଚଣ୍ଡିଙ୍କ କିଛି ଲୁଗାପଟା ସମେତ ଅନ୍ୟାନ୍ୟ ସାମଗ୍ରୀମାନ ପୋଡ଼ି ଯାଇଥିବାର ଜଣାପଡ଼ିଛି । ଦୀପ ନିଅର୍ାରୁ ଏହି ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟାୟ, ଅନୀତି ବଢ଼ିବାରୁ ଏହିପରି ଅଘଟଣ ଘଟିଲା ବୋଲି ପୁରୁଖା ଗ୍ରାମବାସୀମାନେ କହିବାରୁ ମାର୍ଜ୍ଜନା କାର୍ଯ୍ୟ ହୋଇଥିଲା ।

