Photo for the news of awareness program

ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ପ୍ରତିଯୋଗିତା

ରାଜ୍ୟ

ବନ୍ତ/ଆଗରପଡ଼ା: ବର୍ତ୍ତମାନ ସମୟରେ ଶକ୍ତିର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏହି ଶକ୍ତିକୁ ସଂରକ୍ଷଣ କରିଏହାର ସୁବିନିଯୋଗକରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।ଏହି ଅବସରରେ ବନ୍ତ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅରୁଦ୍ଧତି ସେନାପତିଙ୍କ ସଭାପତିତ୍ୱରେ ଶକ୍ତିସଂରକ୍ଷଣ ପାଇଁ ଅଧ୍ୟୟନରତ ଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ,ପ୍ରବନ୍ଧ,ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହେବାସହ ଛାତ୍ରୀମାନେ ବ୍ୟାନର ଫ୍ଲାକ କାର୍ଡ଼ ଧରି ବଜାର ପରିକ୍ରମା କରିବା ସହ ଜନସଚେତନ କରିଥିଲେ । ସାଧାରଣଜ୍ଞାନ ଛାତ୍ରୀ ଏଲିନନ୍ଦିତା ସାହୁ, ଶୁଭଲଷ୍ମୀ ସ୍ୱାଇଁ , ସୁପ୍ରୀୟା ସିଂହ, ପ୍ରବନ୍ଧ ରେ ଏଲିନାସାହୁ,ଦେବଜାନୀ ମାଝୀ,ଶୁଭଲଷ୍ମୀ ସ୍ୱାଇଁ,ଚିତ୍ରାଙ୍କନରେ ଗଙ୍ଗାରାଣୀ ବେହେରା,ଏଲିନା ତ୍ରୀପାଠୀ,ଦିବ୍ୟାଞ୍ଜଳୀ ମାଝୀ ପ୍ରମୁଖ ଏଥିରେ ଅଂଶ ଗ୍ରହଶ କରି ଯୋଗ୍ୟ ବିବେଚିତ ହୋଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥିଭାବେ ଶିକ୍ଷାବିତ୍ ତ୍ରୀଲୋଚନ ପଣ୍ଡା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନକରି ପୁରସ୍କୃତ କରିଥିଲେ । ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Shrutilipi ad