ବାରିପଦା : ଉପଖଣ୍ଡ ଟିପିଏନଓଡିଏଲ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ସୁପରିଣ୍ଟେଡେଣ୍ଟ ଇଞ୍ଜିନିୟର ଦେଵଦତ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଏକଜିଉଟିଭ ଇଞ୍ଜିନିୟର ଆଶୁତୋଷ ପଣ୍ଡା, ଇଂ ଚିରଞ୍ଜିବୀ ସାହୁ, ଏସଡିଓ ଇଂ ସୌଭାଗ୍ୟ ରଶ୍ମୀ, ଏନଫୋର୍ସମେଣ୍ଟ ଅଧିକାରୀ ତୁଷାର ରଂଜନ ସାହୁ, ସମସ୍ତ ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ, କମର୍ସିଆଲ ଆସିଷ୍ଟାଣ୍ଟ ସିଦ୍ଧାର୍ଥ ବାରିକ, ଆଲୋକ ରଂଜନ ପ୍ରମୁଖ ଉପସ୍ଥିତ ରହି ଶୁଣାଣୀ ରେ ସହଯୋଗ କରିଥିଲେ l ଏହି ଲୋକ ଅଦାଲତରେ ଡିଭିଜନର ସମସ୍ତ ବ୍ଳକରୁ ୩୫୭ ଟି ମାମଲା ପଂଜିକୃତ ହୋଇଥିବାବେଳେ ୨୬୦ ଟି ମାମଲାର ଫଇସଲା କରାଯିବା ସହ ୨୭ ଲକ୍ଷ ୩୨ ହଜାର ୯୮୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

