ବନ୍ତ/ଆଗରପଡ଼ା,୧୪/୧୨(ସମିସ):ବନ୍ତ ଥାନା ଅନ୍ତର୍ଗତ ଗଭରପୁର ଗ୍ରାମର ବଡ଼ପୁଅ ଘର ଭାଙ୍ଗିବା ସହିତ ମାରି ଦେବାକୁ ଧମକ ଦେବା ଘଟଣାକୁ ନେଇ ଥାନାରେ ଏତଲା ଦେଇଛନ୍ତି ୮୩ ବର୍ଷୀୟ ବୃଦ୍ଧ ବାପା ବନମାଳି ନାୟକ । ବନମାଳୀଙ୍କ ର ଦୁଇଟି ପୁଅ ଓ ୪ଟି ଝିଅଙ୍କର ବିବାହ କରାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସାରିବା ପରେ ସେମାନେ ବାପାମାଆଙ୍କର କୌଣସି ଦାୟୀତ୍ୱ ନେଇ ନ ଥିଲେ । ବଡ଼ପୁଅ ମଧୁସୂଦନ,ପୈତୃକ ଜମିବାଡ଼ିକୁ ସାନଭାଇକୁ ନ ଦେଇ ସବୁ ଜମିବାଡ଼ି ନେବା ପାଇଁ ବାପାମାଆଙ୍କୁ ବାରମ୍ବାର ଧମକଚମକ ଦେବା,ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁ ଥିବାର ଅଭିଯୋଗ ହୋଇଛି । ଏଥି ସହିତ ସେ ମଧ୍ୟ ଘରର କାନ୍ଥ, ଛାତକୁ ହାତୁଡ଼ି ଓ ଶାବଳରେ ପିଟି ଭାଙ୍ଗି ଦେଇଛନ୍ତି ବୋଲି ବନ୍ତ ଥାନାରେ ଦେଇଥିବା ଏତଲାରେ ସେ ଦର୍ଶାଇଛନ୍ତି ।

