Img 20251213 wa0012

ଉପାନ୍ତ ଅଞ୍ଚଳରେ ବିକାଶ ନଗ୍ନ ଚିତ୍ର; ପାଣି ପାଇଁ ହନ୍ତସନ୍ତ, ଭଙ୍ଗା କୂଅ ହଁ ଭରସା 

ରାଜ୍ୟ
ବାରିପଦା: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମଞ୍ଚଳ ଅଧିବାସୀ ଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯୋଜନା କରି ତା’ର ସଠିକ ଉପଯୋଗ କରୁଥିବା ବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାମନ ଘାଟି ଉପଖଣ୍ଡ ବିଜାତଳା ବ୍ଲକ ରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉପଖଣ୍ଡ ସହରାଞ୍ଚଳକୁ ଛାଡ଼ିଦେଲେ ଏବେବି କେତେକ ଗ୍ରାମ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ସେଭଳି ଏକ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଗାଁ ହେଉଛି ବିଜାତଳା ବ୍ଲକ ମଢେଇକଚା ପଂଚାୟତର ଖେଜୁରୀ ଗାଁ ।୫୫ଜଣ ପରିବାର ବସବାସ କରୁଛନ୍ତି।ଯାହାଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ। ଗାଁ ରେ ୨ଟି ନଳକୂଅ ଅଛି। ସ୍ବଳ୍ପ ଓ ଗୋଳିଆ ପାଣି ବାହାରୁଛି। ଗାଁ ରେ ବସୁଧା ଯୋଜନା  ରହିଛି। ଏବେ ମୋଟର ଅଚଳ lପ୍ରାୟ ଦଶ ଦିନ ହେବ ଗ୍ରାମବାସୀ ବସୁଧା ପାନୀୟ ଜଳ ପାଇବାରୁ ବଂଚିତ l ଗାଁ ମୁଣ୍ଡରେ ଗୋଟିଏ କୂଅ  ଅଛି। ସେହି କୂଅ ର ଦୂଷିତ ପାଣି ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗର ଶୀକାର ହେଉଛନ୍ତି ଏନେଇ ବହୁବାର ପ୍ରଶାସନ ଅଧିକାରୀ, ନିର୍ବାଚନ ଜନପ୍ରତିନିଧି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୈାଣସି ପଦକ୍ଷେପ ନେଉନଥିବା ଯୋଗୁଁ ଗାଁ ରେ ସମସ୍ୟା ଅନ୍ତ ଘଟୁ ନାହିଁ। ଜିଲ୍ଲା ପ୍ରଶାସନ ଏନେଇ ତରିତ୍ବ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
Shrutilipi ad