ବାରିପଦା: ଗତକାଲି ରାତିରେ ଯାମଦା ଥାନା ଅନ୍ତର୍ଗତ ହେଁସଡା ପଞ୍ଚାୟତର ଚାନ୍ଦିଖମଣ ଗ୍ରାମର ରଣଜିତ ଟୁଡୁ ବାଇକଯୋଗେ ଘରକୁ ଫେରୁଥିବାବେଳେ ପାସନା ଠାରେ ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ତାଙ୍କୁ ୧୦୭ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପାଟାଲକୁ ଅଣା ଯାଇଥିଲା ।ମାତ୍ର ପରିସ୍ଥିତି ଗମ୍ଭିରଥିବାରୁ ତାଙ୍କୁ ବାରିପଦା ପିଆରଏମ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

