Img 20251213 wa0171

ତମାଖୁ ମୁକ୍ତ ଅଭିଯାନ ର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ 

ରାଜ୍ୟ
ବାରିପଦା: ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଛି। ଆଜି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପୋଲିସ, ଅବକାରୀ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଡ୍ରଗ ଇନ୍ସପେକ୍ଟର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଅତିରିକ୍ତ ଏସପି ଦୀପକ ଗୋଛୟତ ଓ ସବିତା ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାଷ ନାୟକ ତମାଖୁ ର କୁ ପ୍ରଭାବ ଦ୍ଵାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ବିନୟ କୁମାର ଦାସ ମହାପାତ୍ର ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଦାୟିତ୍ଵ ବିଷୟରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ଅଣ ସଂକ୍ରାମକ ରୋଗ ପରାମର୍ଶ ଦାଟା ଡାକ୍ତର ଗିରିଜା ଶଙ୍କର ମିଶ୍ର COTPA ଏକ୍ଟ ୨୦୦୩ ଓ ଅନ୍ୟାନ୍ୟ ତମାଖୁ ନିୟନ୍ତ୍ରଣ ଆଇନ ବିଷୟରେ ସମସ୍ତ ଅଧିକାରୀ ମାନଙ୍କ ର ଦାୟିତ୍ଵ ବିଷୟରେ ଆଲୋକ ପତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଥାନା ର ଅଧିକାରୀ, ସବ ଇନ୍ସପେକ୍ଟର, ଅବକାରୀ ବିଭାଗ ର ଅଧିକାରୀ, ଡ୍ରଗ୍ ଇନ୍ସପେକ୍ଟର, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଶିକ୍ଷା ବିଭାଗ ରୁ ଜ୍ଞାନେନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସ୍ବାସ୍ଥ୍ୟ ବିଭାଗ ତରଫରୁ କହ୍ନେଇ ନାୟକ, ନିହାର ରଞ୍ଜନ ପୃଷ୍ଟୀ, ଶୁଭ ପ୍ରସନ୍ନ ପତ୍ର ଓ ଅମିତ ମହଲା ପରିଚାଳନା କରିଥିଲେ।
Shrutilipi ad