ଆଗରପଡ଼ା :ଆଗରପଡ଼ାସ୍ଥିତ ମାଧବଜିଉ ମନ୍ଦିର ପ୍ରାଙ୍ଗଣରେ ଯୁବ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ସଭାପତି ମହେଶ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୯ଟି ପଂଚାୟତର ଯୁବ କଂଗ୍ରେସ ନେତାମାନେ ଉପସ୍ଥିତ ହୋଇ ଦଳକୁ କିପରି ମଜବୁତ କରାଯିବ ତାକୁ ନେଇ ଆଲୋଚନା କରିଥିଲେ । ସେହିପରି ଆସନ୍ତା ୧୭ ତାରିଖ ଦିନ ବିଶାଳ ବାଇକ୍ ରାଲି ଓ ମିଶ୍ରଣ ପର୍ବ ଆୟୋଜନ ନେଇ ବିଚାର ବିମର୍ଷ କରାଯାଇଥିଲା । ବୈଠକରେ ଚିନ୍ମୟ ସିଂହ, ଗୟାଧର ପତି, ବିଜୟ ବାରିକ, ପ୍ରକାଶ ମହାକୁଡ଼, ବିକାଶ ମହାକୁଡ଼, ସନ୍ଦୀପ ଜେନା, ରାଜେନ୍ଦ୍ର ସାହୁ, ସୁରେଶ ପ୍ରଧାନ, ସୁବ୍ରତ ପଣ୍ଡା, ରାଜେନ୍ଦ୍ର ବେହେରା, ବିନୋଦ ମାଝୀ, ଉପେନ୍ଦ୍ର ଜେନା, ଗୟାଧର ଘଢ଼େଇ, ରାଜୁ ଦାସ, ଲିଙ୍କୁନ ପୁହାଣ, ଗଣେଶ ସିଂହ, ନିରଞ୍ଜନ ପୁହାଣ, ବୁବୁ ଜେନା, କାଳନ୍ଦୀ ମଲ୍ଲିକ, ମନୋଜ ଶଂଖୁଆ, ନଖିଆ ସାହୁ, ବାବୁ ଶତପଥୀ, ପ୍ରସନ୍ନ ସାହୁ, ସାଦ ସିଦ୍ଧିକ, ଶଶିକାନ୍ତ ଘୋଷ, ନିଲୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

