ଶିକ୍ଷୟିତ୍ରୀଙ୍କ ବଦଳି ଦାବି ଜୋର ଧରିଲା

ରାଜ୍ୟ

ଆଗରପଡ଼ା: ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ବାଲିପୋଖରୀ ସରକାରୀ ହାଇସ୍କୁଲ,ତେଲନଟୀର ଜନୈକା ସହକାରୀ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ, ଏସଏମଡିସି ଓ ଆଲୁମିନି ସଭ୍ୟ ସଭ୍ୟା ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିିଥିବା ଜଣାପଡ଼ିଛି । ସଂପୃକ୍ତ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା, ପାଠପଢ଼ା କ୍ଷେତ୍ରରେ ପାତରଅନ୍ତର ନୀତି ଅବଲମ୍ବନ କରିବା, ଏସଏମଡିସି ଓ ଏସଏମସି ବୈଠକରେ ଅଶୋଭନୀୟ କଥାବାର୍ତ୍ତା କରିବା, ସ୍କୁଲକୁ ଠିକ୍ ସମୟରେ ନ ଆସିବା ଆଦି ଅଭିଯୋଗ ପତ୍ରରେ ଦର୍ଶାଇ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଶ୍ରୀକାନ୍ତ ଜେନା,ବୁଧିରାମ ନାୟକ, ବନମାଳୀ ନାୟକ,ଗଣେଶ ଭୋଳ, ଲକ୍ଷ୍ମୀଧର ନାୟକ,ଶୁଭଲକ୍ଷ୍ମୀ ନାୟକ, ବାସନ୍ତି ମହାନ୍ତି, ମମତାଲତା ଜେନା, ଗଙ୍ଗାଧର ଜେନା , ଭାସ୍କର ଜେନା, ବନମାଳୀ ସାହୁ, ଭୂବେନ୍ଦ୍ର ସାହୁ, ସନ୍ତୋଷ ରଣା, ରବିନ୍ଦ୍ର ସେଠୀ ପ୍ରମୁଖ ଦାବି କରିଛନ୍ତି ।

Shrutilipi ad