Img 20251211 wa0197

ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀମାନଙ୍କ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ

ରାଜ୍ୟ
ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ପଞ୍ଚାୟତ  ସଂସାଧନ କେନ୍ଦ୍ର ସଭା ଗୃହରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଦ୍ଵାରା ଆୟୋଜିତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀମାନଙ୍କ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ଦକ୍ଷତା ବିକାଶ ତାଲିମ ଶିବିର  ଉଦଯାପିତ ହୋଇଯାଇଛି.
ଅନୁଷ୍ଠିତ ଉକ୍ତ ଦକ୍ଷତା ବିକାଶ ତାଲିମ ଶିବିର ର ଉଦଘାଟନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ପ୍ରାରମ୍ଭରେ ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ  ଜଗବନ୍ଧୁ ମହାନ୍ତି ସ୍ଵାଗତ ଅଭିଭାଷଣ ସାଙ୍ଗକୁ ଅତିଥି ପରିଚୟ ପ୍ରଦାନ ସହିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ. ତତ୍ ପରେ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା ଏକ ସାମୁହିକ ପ୍ରୟାସ. ବିଗତ ଦିନରେ ଆମେ ଅନେକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ଓ ଏସବୁର ସଫଳ ମୁକାବିଲାରେ ସ୍ଥାନୀୟ ପ୍ରଶାସନର  ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି. ଜନ ସହଭାଗିତା ଏବଂ ସମସ୍ତ ବିଭାଗର ସହଯୋଗରେ ବ୍ଲକ, ପଞ୍ଚାୟତ ତଥା ଗ୍ରାମ ସ୍ତରୀୟ ଯୋଜନା ପ୍ରସ୍ତୁତ, ସଠିକ ଡାଟାବେସ ପ୍ରସ୍ତୁତ, ଯୋଜନାର ସଫଳ ରୂପାୟନ ମାଧ୍ୟମରେ ଏହି କାର୍ଯ୍ୟ ଅଧିକ ସକ୍ରିୟ ଓ ସଫଳ ହୋଇ ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ. ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବ୍ଲକ ସ୍ତରରେ ବିପର୍ଯ୍ୟୟ ପରିଚାଳନାର ଗୁଣାତ୍ମକମାନ ବୃଦ୍ଧି କରିବ ବୋଲି କହିଥିଲେ.
ସେହିପରି ଦ୍ୱିତୀୟ ଦିନର ଉଦଯାପନୀ ସଭାରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡେପୁଟି କଲେକ୍ଟର ଶ୍ରଦ୍ଧା ସୁମନ ଯୋଗ ଦେଇ ଗ୍ରାମ୍ୟ ସ୍ତରରୁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ,  ଅସୁରକ୍ଷିତ ଗୋଷ୍ଠୀ ସମୂହର ଚିହ୍ନଟକରଣ, ବିପର୍ଯ୍ୟୟ ପରିଚାଳନାରେ ନୂତନ ଜ୍ଞାନକୌଶଳର ପ୍ରୟୋଗ, ଜନ ସହଭାଗିତା, ସଠିକ ଡାଟାବେସ ପ୍ରସ୍ତୁତ ସହିତ ଜିଲ୍ଲା ଜରୁରୀକାଳୀନ ବିଭାଗ ବିପର୍ଯ୍ୟୟ ପରିଚାଳନା କିପରି କରିଥାଏ, ଲୋକମାନଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନର ନିୟମାବଳୀ, ରିଲିଫ କୋଡ ଆଦି ସମ୍ପର୍କରେ ବ୍ୟାପକ ଭାବରେ ବୁଝାଇ ଥିଲେ.
ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ,  ଭୁବନେଶ୍ବରର ରାଜ୍ୟ ପ୍ରକଳ୍ପ ଅଧିକାରୀ  ମେଘନାଦ ବେହେରା ଓ ଜେଣ୍ଡର ସ୍ପେଶାଲିଷ୍ଟ  ଆରଣ୍ୟକ ମିଶ୍ର   ରିସୋର୍ସ ପରସନ ଭାବରେ ଯୋଗଦେଇ   କନସେପ୍ଟ ଅଫ୍ ଡିଜାଷ୍ଟର, କମ୍ଯୁନିଟି ବେଷ୍ଡ ଡିଜାଷ୍ଟର ରିସ୍କରିଡ୍କସନ, ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ, ବ୍ଲକ-ଗ୍ରାମ ପଞ୍ଚାୟତ- ଗ୍ରାମ୍ୟ ବିପର୍ଯ୍ୟୟ ପ୍ଲାନ ପ୍ରସ୍ତୁତି,  ଜେଣ୍ଡର ଓ ସାମାଜିକ ଅନ୍ତର୍ଭୂକ୍ତିକରଣ, ଆଶ୍ରୟସ୍ଥଳୀ ପରିଚାଳନା,ଜିପିଡିପି ସହ ବିପର୍ଯ୍ୟୟ ପରିଚାଳନା ଯୋଜନାର ଏକୀକରଣ, ଲୋକଙ୍କ ଅଧିକାର, ଜିଲ୍ଲାରେ ସଙ୍ଗଠିତ ହେଉଥିବା ପ୍ରମୁଖ ବିପର୍ଯ୍ୟୟ ସମୂହର ପରିଚାଳନା, ସାମଗ୍ରିକ ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଞ୍ଚାୟତର ଭୂମିକା ଆଦି ବିଷୟ ଉପରେ ତାଲିମ ଦେଇଥିଲେ. ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର 26 ଟି ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଓ ବ୍ଲକ ନୋଡାଲ ଅଫିସର ଯୋଗ ଦେଇଥିଲେ. ସର୍ବଶେଷରେ ଡିପିଓ ଶ୍ରୀ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
Shrutilipi ad