ଆଗରପଡ଼ା: ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ବନ୍ତ-ବାରିକପୁର ରାସ୍ତାର ସେଣ୍ଡତୀରା ପଂଚାୟତ କାର୍ଯ୍ୟାଳୟ ନିକଟରେ ଗଛକୁ ଧକ୍କା ଦେଇ ଏକ ବାଲି ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ବେଳେ ହାଇୱା ଚାଳକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଂଚଳର ବୈତରଣୀ ନଦୀ ଶଯ୍ୟାରୁ ବାଲି ବୋଝେଇ କରି ହାଇୱାଟି ବାରିକପୁର ଆଡ଼କୁ ଯାଉଥିଲା ବେଳେ ଭାରସାମ୍ୟ ହରାଇ ବନ୍ତ ଥାନା ଅଧୀନ ସେଣ୍ଡତୀରା ପଂଚାୟତ କାର୍ଯ୍ୟାଳୟ ନିକଟରେ ଏକ ଗଛକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ଚାଳକଙ୍କୁ ଗାଡି ଭିତରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଖବର ପାଇ ବନ୍ତ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

