Images (4)

କଣ୍ଟେନରକୁ ପଛରୁ ପିଟିଲା ବାଇକ୍ ; ୨ ମୃତ

ରାଜ୍ୟ
ବାରିପଦା:  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା  ଅନ୍ତର୍ଗତ ପୌରାଞ୍ଚଳର ପୁରୁଣାଘାଟି ଗ୍ରମାର ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିବା ଏକ  ପରିବହନ କଣ୍ଟେନର( ୟୁପି ୭୮ ଏଚ ଟି ୯୬୦୬) ଗାଡିକୁ ପଛରୁ ପିଲା ଵାଇକ ।ଘଟଣାସ୍ଥଳରେ ବାଇକ ଆରୋହୀ ଏବଂ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା । ‌ସୂଚନାଯୋଗ୍ଯ ଗତକାଲି ରାତ୍ରୀ ସମୟରେ ପାରିପାଶ୍ବରିକରୁ ଜଣା ପଡ଼ୁଥିବା ଏକ ପରିବା ବିକାଳି ବାଇକ (ଓଡି୧୧ ଯେ ୬୬୭୧ )ରେ ପରିବା ବିକି ଘରକୁ ଫେରୁଥିବା ସମୟରେ ଏଭଳି ଦୁର୍ଘଟଣାର ଶିକାର ହୋଇଛି  ।ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ  ୧୦୮ ଆମ୍ଵୁଲାନ୍ସରେ  ରାଇରଙ୍ଗପୁର ହସପିଟାଲକୁ ନିଆଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତକ ହେଲେ ବିଶୋଇ ବ୍ଳକର ମତଦାନ ଫାଣ୍ଡି ଅନ୍ତର୍ଗତ ଵନେଇକଳା ପଞ୍ଚାୟତର ଚତୁରି ସାହିର ସଞ୍ଜୟ ସିଂ ଏଵଂ ପୁତ୍ର ।ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।ବାଇକରେ ପରିବା ବାସ୍କେଟ ଥିଲା  ।ସୂଚନାଯୋଗ୍ୟ ସକାଳୁ କଣ୍ଟେନର ଟି ବାଜାଜ ସୋ ରୁମ ସମ୍ମୁଖରେ ଛିଡ଼ା ହୋଇ ଵାଜାଜ  ଗାଡ଼ି ଓହ୍ଲାଇ ଠିଆ ହୋଇଥିଲା ।ରାତିରେ ବିନା ଇଣ୍ଡିକେଟରେ ଛିଡା ହୋଇଥିଲା ।ଚାଳକ ଜାଣି ନ ପାରି କଣ୍ଟନର  ପଛରୁ  ବାଇକରେ ଯାଇ ପିଟି ହୋଇଥିଲା ।
Shrutilipi ad