ବନ୍ତ/ଆଗରପଡ଼ା: ବନ୍ତ ବ୍ଳକ ସମ୍ମିଳନୀ କକ୍ଷରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ, ଉପଜିଲ୍ଲାପାଳ ସୌରଭଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧିରଞ୍ଜନ ନାୟକ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ସୀତାକାନ୍ତ ରାଉତ, ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ୧୨୩ଟି ଅଭିଯୋଗ ମଧ୍ୟରୁ ୫୮ଟି ବ୍ୟକ୍ତିଗତ, ୬୫ଟି ସାମୂହିକ ଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଜଣଙ୍କୁ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ରାଉତରାଏ ମଞ୍ଜୁର କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ, ବ୍ଲକ୍ କୃଷି ଅଧିକାରୀ ତୁଷାରକାନ୍ତ ପତି, ବିଆରସିସି ହରେକୃଷ୍ଣ ଆପଟ, ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ଦୀପ୍ତିରଞ୍ଜନ ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରିଣୀ ସୁଚିସ୍ମିତା ବାରିକ, ଡିସିପିଓ ଅବିନାଶ ମହାନ୍ତି, ମୃର୍ତ୍ତିକା ସଂରକ୍ଷଣ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ଦାସ, ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଗୀତାଞ୍ଜଳି ବେହେରା, ଡିଏସ୍ଡ଼ବ୍ୟୁଓ ରୁପାଲି ମିତ୍ରା, ଡିଏସ୍ଏସ୍ଓ ସୁବାସ ଚନ୍ଦ୍ର ନାୟକ, ବ୍ଲକ ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ବିପିଏମ୍ ଦୁର୍ଗା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକ୍ ସହକାରୀ କାର୍ଯ୍ୟ ଶ୍ରଦ୍ଧାସୁମନ ନାଥ, ବନ୍ତ ଥାନାଧିକାରିଣୀ ମୋନାଲିସା କର, ସେକ୍ସନ ଅଫିସର ଅନୱାର ଖାଁ, ମିତ୍ରଭାନୁ ସ୍ୱାଇଁ, ଅନନ୍ତ କିଶୋର ପଣ୍ଡା, ରତ୍ନାକର ଜେନା ପ୍ରମୁଖ ସହଯୋଗ କରିଥିଲେ ।

