ବନ୍ତ/ଆଗରପଡ଼ା: ବନ୍ତ ଆଂଚଳିକ କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ତିନି ଦିନ ଧରି ପାଳନ ହୋଇଯାଇଛି । ଉତ୍ସବ କୁ କଲେଜ ଅଧ୍ୟକ୍ଷା ମନୋରମା ମିଶ୍ର ଉଦ୍ଘାଟନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ରତିକାନ୍ତ ଜେନା, ଅଧ୍ୟାପିକା ସଞ୍ଜୁକ୍ତା ରାଉତ, କ୍ରିଡ଼ା ଅଧିକାରୀ ଅଧ୍ୟାପକ ରାଜେଶ କୁମାର ବିଶ୍ୱାଳ ଉପସ୍ଥିତ ରହି କ୍ରିଡ଼ାର ବିଭିନ୍ନ ଦିଗ ଉପରେ ଆଲୋଚନା କରି କ୍ରିଡ଼ା ଆରମ୍ଭ କରିଥିଲେ । ଦୁଇ କ୍ରିଡ଼ା ଶିକ୍ଷକ ଫକିର ଉଦ୍ଦିନ ସାହାଜୀ ଏବଂ ତାଜୁଦ୍ଦିନ୍ ସାହାଜୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୌଡ଼, ଲମ୍ବ ଡିଆଁ,ଉଚ୍ଚ ଡିଆଁ, ଡିସକସ, ଜାଭେଲିନ, ପେଣ୍ଡୁ ଫିଙ୍ଗା,ମ୍ୟୁଜିକ୍ ଚେୟାର ଏବଂ କ୍ରିକେଟ ଆଦି କ୍ରିଡ଼ା ସମାପନ କରିଥିଲେ । ଏଥିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ପ୍ରଥମ, ଦ୍ୱିତୀୟ ଓ ତ୍ରୁତୀୟ ସ୍ଥାନ ଅଧିକାର କରିଥିଲେ । କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ ।

