ବନ୍ତ/ଆଗରପଡ଼ା: ସରକାରୀ ସିକୃତି ପ୍ରାପ୍ତ ଅନୁଷ୍ଠାନ ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଂଚ ଓଡ଼ିଶା ପକ୍ଷରୁ ୨୦୨୦ ରେ ଲାଗୁ ହୋଇଥିବା ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷା ନୀତି ସଚେତନତା କୁ ନେଇ ବୈଠକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ଗୁରୁକୁଳ ଆଶ୍ରମ ହାଟଡିହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଂଚ ସମ୍ପାଦିକା ସମାଜସେବୀ ସବିତା ରାନୀ ପାକଳଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠାନର ପ୍ରତିଷ୍ଠାତା ଆମ ଗାଁ ଆମ ବିକାଶ ଯୋଜନାର ପଥପ୍ରଦର୍ଶକ ତଥା ଗ୍ରାମ ସରକାରର ପ୍ରତିଷ୍ଠାତା ସମାଜ ସଂସ୍କାରକ ପଣ୍ଡିତ ବିଜୟ କୁମାର ପାକଳ ଯୋଗଦେଇ ସରକାରଙ୍କ ୨୦୨୦ ରେ ଲାଗୁ ହୋଇଥିବା ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷାନୀତି ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ପ୍ରଥମ ଗୁରୁ ସବୁ ମାଆ ମାନଙ୍କ ପାଖରେ ଏହି ଶିକ୍ଷା ନୀତିର ସମ୍ବାଦ ପହଞ୍ଚାଇପାରିଲେ ସରକାରଙ୍କ ଲକ୍ଷ ପୂରଣ ହେବା ସହିତ ଦେଶର ବଡ ପରିବର୍ତ୍ତନ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ହାଟଡିହି ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରି ରାହାସ ମଣି ଜେନା ଯୋଗଦେଇ ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଂଚର ଏତାଦୃଶ ଜନ ହିତକର କାର୍ଯ୍ୟକୁ ଭୂୟସି ପ୍ରଶଂସା କରିଥିଲେ । ଏହି ହାଟଡିହି ଗ୍ରାମରେ ଥିବା ବାବା ଖଗେଶ୍ୱର, ବାବା ସାଇରାମ, ମାଆ ବସନ୍ତେଇ ଓ ମାଆ ମଙ୍ଗଳା ସ୍ୱୟସହାୟକ ଗୋଷ୍ଟିର ମୁଖ୍ୟ ଭୂମିକାରେ ଥିବା ମାଆ ମାନେ ଯୋଗ ଦେଇଥିଲେ ।

