Img 20251208 wa0122

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା 

ରାଜ୍ୟ
ବାରିପଦା : ସ୍ଥାନୀୟ ପାଲବାଣୀ ସ୍ଥିତ ଲେଡି ହେମିଲଟନ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟୀୟ ଆବିଷ୍କାର ଅଭିଯାନ ଅବସରରେ ବାରିପଦା ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନଳିନୀ ଚୌଧୁରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ବ୍ରଜମୋହନ ମୁର୍ମୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିନାରାଣୀ ପାତ୍ର ଉପସ୍ଥିତ ଥିଲେ I ସିନିୟର ବିଭାଗରେ ପୋଲିସ ଉଚ୍ଚ ବିଦ୍ୟାଳୟର ରିତେଶ ଦ୍ଵାରୀ ୧ମ ଓ ଶେଖ ଅବଦୁଲ ଆୟନ ରାୟ ୨ୟ, ଏମ ପି କେ ଉଚ୍ଚ ବିଦ୍ୟାଳୟର ଶ୍ରଦ୍ଧା ସୁମନ ଜେନା ୩ୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବିଭାଗରେ ବି ସି ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭୂମି କଲିଆ, ଲେଡି ହେମିଲଟନ ଉଚ୍ଚ ବିଦ୍ୟାଳୟର ମହେଶ୍ୱର ପ୍ରଧାନ ୨ୟ, ବି ସି ପୁର ଉଚ୍ଚ ବିଦ୍ୟାଳୟର ଅମ୍ବିକା ନାଏକ ୩ୟ ଏବଂ ସବ ଜୁନିୟର ବିଭାଗରେ ଲେଡି ହେମିଲଟନ ଉଚ୍ଚ ବିଦ୍ୟାଳୟର ତୀର୍ଥ ଦ୍ଵିତୀ କୃତିସୁନ୍ଦର ମହାନ୍ତ ୧ମ, ତୁଳସୀଚଉରା କଲୋନୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରୟାସ କୁମାର ଜେନା ୨ୟ ଓ ବି ସି ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆୟୁଷ ନାଏକ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ଅଭିମନ୍ୟୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମନୋଜ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad