Img 20251207 wa0147

ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ସାନ୍ତାଳୀ ଷ୍ଟଲର ଉଦଘାଟନ

ରାଜ୍ୟ
ବାରିପଦା: ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆ ପରିସରରେ ରାଜ୍ୟ ସରକାରଙ୍କ ଆୟୋଜନାରେ ଆରମ୍ଭ ହୋଇଥିବା ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ–୨୦୨୫ରେ ଏବର୍ଷ ସାନ୍ତାଳୀ ଭାଷାର ଏକମାତ୍ର ଷ୍ଟଲକୁ ‘ସାନ୍ତାଳୀ ସାଓଁହେଦ ଆଖଡ଼ା’ ପକ୍ଷରୁ ଉଦଘାଟନ କରାଯାଇଛି।
ଏହି ଷ୍ଟଲର ଉଦଘାଟନ ବରିଷ୍ଠ ସାନ୍ତାଳୀ ସାହିତ୍ୟିକ ରାମ୍ବାଇ ହେମ୍ବ୍ରମ କରିଥିଲେ। ଉଦଘାଟନ ଅବସରରେ ଆଖଡ଼ାର ସଂପାଦକ କୈଳାସ ଚନ୍ଦ୍ର ବାସ୍କେ, ସୁରୁକୁନୀ ମୁର୍ମୁ, ମିନତୀ ହାଁସଦା, ସୁନାରାମ ମୁର୍ମୁ, ମାଙ୍ଗାତ ମୁର୍ମୁ ଆଦି ଉପସ୍ଥିତ ଥିଲେ।
୧୨ ଦିନ ଧରି ଚାଲିବାକୁଥିବା ଏହି ପୁସ୍ତକ ମହୋତ୍ସବରେ ‘ସାନ୍ତାଳୀ ସାଓଁହେଦ ଆଖଡ଼ା’ ଷ୍ଟଲରେ ସାନ୍ତାଳୀ ଭାଷାର ପତ୍ର–ପତ୍ରିକା, ପାଠ୍ୟପୁସ୍ତକ, ଆଧାର ପୁସ୍ତକ, ଅଲଚିକି ଶିକ୍ଷା ସମ୍ବନ୍ଧୀୟ ବହି ଓ ବିଭିନ୍ନ ପ୍ରକାଶନ ରଖାଯାଇଛି।
ପ୍ରଯୋଜକମାନେ ଜନସାଧାରଣଙ୍କୁ ଷ୍ଟଲକୁ ପରିଦର୍ଶନ କରି ସାନ୍ତାଳୀ ପୁସ୍ତକ ଓ ପତ୍ରିକା କ୍ରୟ କରିବାକୁ ଆହ୍ୱାନ କରିଛନ୍ତି।
Shrutilipi ad