ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ କଲେଜ ରୁ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ରେ ପହଁଚି ଗୁରୁତର ରୋଗୀଙ୍କ ଚିକିତ୍ସା କରିଥିଲେ ।

