Img 20251206 wa0196

ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ସାମୁହିକ ବୃକ୍ଷରୋପଣ 

ରାଜ୍ୟ
ବାରିପଦା : ଆମେ ମୟୂରଭଞ୍ଜିଆ ଆନୁକୂଲ୍ୟରେ ଶାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଟିକରପଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ସବୁଜ ମୟୂରଭଞ୍ଜ ଶୀର୍ଷକରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀଙ୍କ ଆହ୍ବାନ କ୍ରମେ   ବିଦ୍ୟାଳୟ ଚତୁଃପାର୍ଶ୍ବରେ  ଦେବ ବୃକ୍ଷ ବର ଓ ଅଶ୍ୱତ୍ଥ ରୋପଣ ସହ ଫଳ ବୃକ୍ଷ ମଧ୍ୟରେ ଆମ୍ବ, ପଣସ ଓ କମଳା ଆଦି ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ  ବୃକ୍ଷ ରୋପଣର  ଆବଶ୍ୟକତା ଓ ପରିବେଶ ସଚେତନତା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କ୍ରୀଡାବିତ୍ ତଥା ପୂର୍ବତନ କ୍ରୀଡା ପ୍ରଶାସକ କୁମାର ରଞ୍ଜନ ପଣ୍ଡା , ସମ୍ମାନିତ ଅତିଥି ଭାବେ ଇଂ ସୁନିଲ କୁମାର ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ହରିହର ଦାସ, ଶିକ୍ଷବିତ୍ ଲକ୍ଷ୍ମୀଧର ଜେନା, ଡଃ ଗଣେଶ୍ୱର ଭୋଇ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ  ବିଶିଷ୍ଟ ଯୋଗ ପ୍ରଶିକ୍ଷକ ରାକେଶ ମହାନ୍ତ, ଡଃ ନିରୋଜ୍ ପୋଥାଳ, ସମାଜସେବୀ ଅଶୋକ ମଣ୍ଡଳ, ଶେଖ୍ ରଖିମ୍,  ଅଭିଷେକ ଯାଦବ, ବିବସ୍ୱାନ ତ୍ରିପାଠୀ,  ଆଡଭୋକେଟ ଅସିତ୍ ଦାସ,  ଶିକ୍ଷାବିତ୍ ଦିବାକର ତ୍ରିପାଠୀ, କମଳ ଲୋଚନ ମହାକୁଡ, ରଜନୀ ବାରିକ, କାନନମୟୀ ମହାନ୍ତି, ବିଳାସ ବେହେରା, ଆକାଶବାଣୀ ବାରିପଦାର ଉଦଘୋଷିକା ରେଣୁବାଳା ରଥଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଆମେ ମୟୂରଭଞ୍ଜିଆର ସଦସ୍ୟ ତଥା ଯୁବ ସମାଜସେବୀ ସାଇ ପ୍ରକାଶ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷାବିତ୍ ବୈଜୟନ୍ତୀ ମାଲା ପାଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଆମେ ମୟୂରଭଞ୍ଜିଆ ଓ ସଂସ୍କାର ଶିଶୁ ମହୋତ୍ସବ ବାରିପଦା ପକ୍ଷରୁ ଆଗାମୀ ଡିସେମ୍ବର ୧୭ ତାରିଖରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ବାବଦରେ ସୂଚନା ଦିଆଯାଇଥିଲା।
ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଡ଼ଃ ଅମିତ୍ କୁମାରଙ୍କ ନିର୍ଦ୍ଦେଶରେ ଶିକ୍ଷକ ପ୍ରେମ ପ୍ରକାଶ ପାଠକ, ଶିବ ପ୍ରସାଦ ରାଉତ, ଅଞ୍ଜୁ ଶର୍ମା, ଶୁଭଜିତ୍ ଶାହା, ସୁରେନ୍ ରକ୍ଷିତ୍, କ୍ରିଷନ କୁମାର ଗୋୟେଲ, ସୁକାନ୍ତ ଟିପିରିଆ, ସୁନନ୍ଦା ମୋଦୀ, ମୋନାଲିସା ଭୁଜବଳ, ପାୟଲ ପାତ୍ର, ବନ୍ଦନା ମଣି ମହାନ୍ତଙ୍କ ସମେତ ଅନ୍ୟାନ୍ୟ ଅଣ ଶିକ୍ଷକ କର୍ମଚାରୀ ମନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସହଯୋଗ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ମାସରେ ଆମେ ମୟୂରଭଞ୍ଜିଆ ଓ ବାରିପଦା ବନଖଣ୍ଡ ମିଳିତ ଆନୁକୁଲ୍ୟରେ ୩୦୦ ରୁ ଅଧିକ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ସେଥି ମଧ୍ୟରୁ ୯୫ ପ୍ରତିଶତ ଗଛ ବେଶ୍ ସୁସ୍ଥ ସବଳ ହୋଇ ବଢୁଥିବା ବେଳେ ଯେଉଁ ସ୍ଥାନରେ ବୃକ୍ଷ ଗୁଡ଼ିକ ମରିଯାଇଥିଲା ସେହି ସ୍ଥାନରେ ପୁନରାୟ ବୃକ୍ଷ ରୋପଣ କରାଯାଇଥିଲା। ବିଦ୍ୟାଳୟ ର ମାଳି ଲାଲ ମୋହନ ଦ୍ୱାରା  ସମସ୍ତ ଗଛ ଗୁଡ଼ିକର ଉପଯୁକ୍ତ ଯତ୍ନ ନିଆ ଯାଇ ପାଣି ଓ ଖତ ସାର ଦିଆ ଯାଉଥିବାରୁ ଗଛ ଗୁଡିକ ବେଶ ଭଲ ବଢୁଥିବା ପରିଲକ୍ଷିତ ହୋଇଛି.
Shrutilipi ad