Img 20251206 wa0171

ସର୍ବୋଦୟ ନେତା ପ୍ରଶାନ୍ତ ମହାନ୍ତିଙ୍କ ତିରୋଧାନ ଦିବସ ପାଳିତ 

ରାଜ୍ୟ
ବାରିପଦା : ବିଶିଷ୍ଟ ସର୍ବୋଦୟ ନେତା ସ୍ୱର୍ଗତଃ ପ୍ରଶାନ୍ତ ମହାନ୍ତିଙ୍କ 33 ତମ ତିରୋଧାନ ଦିବସ ଓଡ଼ିଆ ଜାଗରଣ ମଞ୍ଚ, ମୟୁରଭଞ୍ଜ କଲେଜ ଅଫ ଏକାଉଟେନସି ଏଣ୍ଡ ମେନେଜ ମେଣ୍ଟ ଏବଂ ବିନୋବା ସ୍ମାରକ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମହାରାଜପୁର ସ୍ଥିତ ଏମସିଏଏମ କଲେଜ ପରିସରରେ ପାଳିତ ହୋଇ ଯାଇଛି. ସାମ୍ବାଦିକ ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରଶାନ୍ତ ମହାନ୍ତିଙ୍କ ସହକର୍ମୀ ଶରତ ଚନ୍ଦ୍ର ନାୟକ, ମୟୁରଭଞ୍ଜ କଲେଜ ଅଫ ଏକାଉଟେନସି ଏଣ୍ଡ ମେନେଜ ମେଣ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ସାମ୍ବାଦିକ ସୟେଦ ସିରାଜୁଦ୍ଦିନ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମହାନ୍ତିଙ୍କର ସ୍ମୃତି ଚାରଣ କରି ସନ୍ଥ ବିନୋବାଙ୍କର ଭୁଦାନ ଆନ୍ଦୋଳନରେ ପ୍ରଶାନ୍ତ ମହାନ୍ତିଙ୍କର ତ୍ୟାଗପୁତ କର୍ମଧାରା ବିଷୟରେ ଆଲୋକପାତ କରିଥିଲେ. କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହିତ କଲେଜର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ସ୍ୱର୍ଗତଃ ମହାନ୍ତିଙ୍କର ସ୍ମୃତିଚାରଣ କରିଥିଲେ.
Shrutilipi ad