ଗୋପିନାଥଜୀଉ ହାଇସ୍କୁଲର ବିଭିନ୍ନ ଅନିୟମିତତା ପ୍ରସଙ୍ଗ: ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

ରାଜ୍ୟ
  • ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ

ଆଗରପଡ଼ା: ବନ୍ତ ବ୍ଳକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥଜୀଉ ହାଇସ୍ଖୁଲର ବିଭିନ୍ନ ଅନିୟମିତତାକୁ ନେଇ ଜିଲ୍ଲାପାଳଙ୍କ ଠାରେ ସାମ୍ବାଦିକ ତଥା ସୂଚନା ଅଧିକାର କର୍ମୀ ବିନୋଦ ଧଳ ସାମନ୍ତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ବିଚାରକୁ ନେଇ ଓ ଅଭିଯୋଗ ଉପରେ ତର୍ଜମା କରିବା ପରେ ଉକ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଗୋପିନାଥଜୀଉ ହାଇସ୍କୁଲ ପ୍ରଧାନଶିକ୍ଷକ ଓ କମିଟି ହାଇସ୍କୁଲ ଆରମ୍ଭରୁ ଯେଉଁ ସ୍ଥାନରେ ଉକ୍ତ ହାଇସ୍କୁଲ ଅବସ୍ଥାପିତ ଅଛି ସେ ସ୍ଥାନରେ ବିଦ୍ୟାଳୟର କୌଣସି କାଗଜପତ୍ର ନଥିବା ସ୍ଥଳେ ଅନ୍ୟ ସ୍ଥାନର କାଗଜପତ୍ର ଦେଖାଇ ୫-ଟି ବିଦ୍ୟାଳୟ ପାଇଁ ମିଥ୍ୟା ତଥ୍ୟ ପ୍ରଦାନ କରି ସରକାରଙ୍କ ୫-ଟି ବାବଦକୁ ପ୍ରଦାନ ଅର୍ଥକୁ ହଡ଼ପ କରିବା,ହାଇସ୍କୁଲରେ ଚାକିରୀ କରୁଥିବା କେତେକ ଶିକ୍ଷକ ନିଜ ଶିକ୍ଷାଗତ ଯୋଗ୍ୟତାରେ ଜାଳିଆତି କରି ସରକାରୀ ନିୟମକୁ ଉଲ୍ଳଘଂନ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରି ସରକାରଙ୍କ ଅର୍ଥକୁ ଲୁଟି ଚାଲିବା,ପ୍ରଧାନଶିକ୍ଷକ ଭାବରେ ଦାଇତ୍ୱ ନେବା ପରେ ଉକ୍ତ ଶିକ୍ଷକ ନାନାଦି ପ୍ରଶାସନିକ ଅନିୟମିତତା କାର୍ଯ୍ୟ କରି ଚାଲିଥିବା ଯେପରି ପୋଷାକ ଓ ଜୋତା ନିମ୍ନ ମାନର ପ୍ରଦାନ କରି ୧୨୦,୧୩୦ ଟଙ୍କାରେ ଆଣି ୨୦୦ ଟଙ୍କା ଲେଖାରେ ୟୁସି ପାସ କରିବା ସହ ଅବଶିଷ୍ଟ ଅର୍ଥକୁ ନିଜ ପାକେଟରେ ପୁରାଇବା,ନିଜର କଳୁଷିତ ଭାବନାକୁ ଚରିତାର୍ଥ କରିବାକୁ ଯାଇ ମାର୍ଗଦର୍ଶିକା ଉଲଂଘନ ପୂର୍ବକ ଅନ୍ୟାୟୋଚିତ ଢଙ୍ଗରେ ୨୦୧୯ -୨୦, ୨୦୨୦-୨୦୨୧, ୨୦୨୧-୨୦୨୨,୨୦୨୨-୨୦୨୩ ଶିକ୍ଷା ବର୍ଷର ସମଗ୍ର ଶିକ୍ଷା ଅର୍ଥକୁ ଅନିୟମିତତା ବଳରେ ଢାଲ କାଗଜପତ୍ର ପ୍ରସ୍ତୁତ କରି ବ୍ୟାଙ୍କରୁ ଟଙ୍କା ଉଠାଇବା । ସର୍ବୋପରି ଅଭିଯୁକ୍ତ ଭାଭପ୍ରାପ୍ତ ପ୍ରଧାନଶିକ୍ଷକ ବିଳମ୍ବରେ ବିଦ୍ୟାଳୟର ବ୍ୟବହାରିକ କାଗଜପତ୍ର (ୟୁସି) ପୈଠ କରିବା ଉଦ୍ଦେଶ୍ୟରେ ଜାଲ ରସିଦଯୁକ୍ତ କାଗଜପତ୍ର ପ୍ରସ୍ତୁତ କରିବା ଆଦି ଅଭିଯୋଗ ହୋଇଥିବା ଜଣାପଡ଼ିଛି । । ତେଣୁ ଉପରୋକ୍ତ ଅଭିଯୋଗ ଉପରେ ତଦନ୍ତ କରି ଜାଲ ଶିକ୍ଷକଙ୍କୁ ଠାବ କରିବା ସହ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଅନିୟମିତତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଶ୍ରୀ ଧାଳସାମନ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶନିବାର ତାଙ୍କ ଅଭିଯୋଗ ପତ୍ର ଉପରେ ବିଚାର କରି ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Shrutilipi ad