ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି: ସ୍କୁଲରେ ନା ଗଡ଼ୁଛି କିନ୍ତୁ ଅବସର ନେଲେଣି ଶିକ୍ଷକ 

ରାଜ୍ୟ
  • ଶୁଣାଣି ପାଇଁ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସୂଚନା ଆୟୋଗ

ଆଗରପଡ଼ା: ଶିକ୍ଷାଲାଭ କରିଥିବା ସ୍କୁଲରେ ଟିସି ନେଇଥିବାର କୌଣସି ସୂଚନା ନଥୁବା ବେଳେ ଜନୈକ ବ୍ୟକ୍ତି ଶିକ୍ଷକତା କରି ଅବସର ନେଇଥିବା ଜଣାପଡ଼ିଥିଲା । ଏହିପରି ଏକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ ଅଧୀନରେ ଘଟିଥିବାର ଜଣାପଡ଼ିଥିଲା । ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ବିନୋଦ ଧକ ସାମନ୍ତ ଗତ ଜୁନ ମାସରେ ସୂଚନା ଅଧିକାର ଆଇନ ବଳରେ ବନ୍ତ ନୂକ ଆଡ଼ିଆ ପଂଚାୟତ ଅନ୍ତର୍ଗତ ଅଡ଼ାଳପଙ୍କ ସ୍ଥିତ କୃପାସିନ୍ଧୁ ସରକାରୀ ହାଇସ୍କୁଲକୁ ଉକ୍ତ ହାଇସ୍କୁଲରେ ଅଧ୍ୟୟନ କରିଥିବା ଜନୈକଛାତ୍ରଙ୍କ ସବିଶେଷ ବିବରଣୀ ମାଗିଥିଲେ । ପରେ ଗତ ୨୦୧୩ ଜୁଲାଇ ମାସରେ ହାଇସ୍କୁଲ ତରଫରୁ ଭକ୍ତ ଛାତ୍ରଙ୍କ ବିବରଣୀ ପ୍ରଦାନ କରାଯାଇଥିଲା । ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୂଚନା ଅଧିକାରୀ ଭକ୍ତ ଛାତ୍ର ତାଙ୍କ ସ୍କୁଲରେ ବର୍ଷ ୧୯୭୬ ଜୁନ ମାସ ୨୫ ତାରିଖରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବାର ସୂଚନା ପ୍ରଦାନ କରିଥିଲେ । କିନ୍ତୁ ଉକ୍ତ ଛାତ୍ର ତାଙ୍କ ବିଦ୍ୟାଳୟରୁ କେବେ ଟିସି ନେଲେ ତାର କୌଣସି ସଠିକ ପ୍ରମାଣ ଆଡ଼ମିସନ ରେଜିଷ୍ଟରରେ ନଥିବା ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ବେଳେ ଉକ୍ତ ଛାତ୍ର ପରବର୍ତ୍ତୀ ସମୟରେ ଅନ୍ୟ ଏକ ବିଦ୍ୟାଳୟ (ତରାଗ ହାଇସ୍କୁଲ)ରୁ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚ ଶିକ୍ଷାଲାଭ କରି ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଶିକ୍ଷକତା କରି ଗତ ୨୦୨୩ ମାର୍ଚ୍ଚ ମାସରେ ଚାକିରିରୁ ଅବସର ନେଇଥିବା ସୂଚନା ଜନସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଜଣାପଡ଼ିଥିଲା । ସୂଚନାକୁ ଅନୁସନ୍ଧାନ କଲେ ଏଠାରେ ପ୍ରଶ୍ନ ଉଠେ ଯେ ଗୋଟିଏ ବିଦ୍ୟାଳୟରୁ ଟିସି ନେଇଥିବାର କୌଣସି ପ୍ରମାଣ ନଥିବା ବେଳେ ଶିକ୍ଷକ ଜଣକ କେଉଁ ପ୍ରମାଣପତ୍ର ଆଧାରରେ ଓ କେଉଁ ପରିସ୍ଥିତିରେ ଅନ୍ୟ ଏକ ବିଦ୍ୟାଳୟରେ ନାମ ଲେଖାଇଲେ ଓ ପରବର୍ତ୍ତି ସମୟରେ ଉଚ୍ଚଶିକ୍ଷା ଲାଭ କରି ଶିକ୍ଷକତା କଲେ । ତେଣୁ ବିଭିନ୍ନ ବିଦ୍ୟାଳୟରେ ତାଙ୍କ ନାମ ଲେଖା ପ୍ରକ୍ରିୟାକୁ ବିଭାଗୀୟ ଅଧିକାରୀ ଯାଂଚ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଉକ୍ତ ଶିକ୍ଷକଙ୍କ ଚଚଂକତା ପଦାକୁ ଆସିବ ବୋଲି ସୂଚନା ଅଧୁକାର ଜର୍ମୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ଦାବି କରିବା ସହ ଏଥିନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ତାଙ୍କ ଅଭିଯୋଗକୁ ୬ ମାସ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏହା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ପରୋକ୍ଷରେ ଜାଲିଆତିକୁ ପ୍ରସୟ ଦେଉଥିବା ଜଣାପଡ଼ିଥିଲା । ତେଣୁ ନିୟମାନୁସାରେ ଶ୍ରୀ ଧଳ ସାମନ୍ତ ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜନ ସୂଚନା ଅଧିକାରୀଙ୍କୁ ସେ କେଉଁ ଆଧାରରେ ତରାଗ ହାଇସ୍କୁଲରେ ନାମ ଲେଖାଇଲେ ଓ ଉଚ୍ଚଶିକ୍ଷାଲାଭ କଲେ ତାହାର ପ୍ରମାଣ ପତ୍ର ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ କିନ୍ତୁ ସେ ତାହା ନପାଇପାରିବାରୁ ପରେ ଶିକ୍ଷାଧିକାରୀ,ବନ୍ତଙ୍କ ଠାରେ ଅପିଲ କରିଥିଲେ । ଶିକ୍ଷାଧିକାରଙ୍କ ଠାରୁ କୌଣସି ସୂଚନା ନ ପାଇବାରୁ ଶେଷରେ ରାଜ୍ୟ ସୂଚନା ଆୟୋଗଙ୍କ ଠାରେ ଆବେଦନ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସୂଚନା ଆୟୋଗ ଅଭିଯୋଗ ଉପରେ ଶୁଣାଣୀ ପାଇଁ ବିଜ୍ଞପ୍ତି ଜାରୀ କରିବା ସହ ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ ପ୍ରାଧିକରଣ(ଗୋଷ୍ଠୀ ଶିକ୍ଷାଧିକାରୀ,ବନ୍ତ)ଙ୍କୁ ଆସନ୍ତା ୧୭ ତାରିଖରେ ରାଜ୍ୟ ସୂଚନା ଆୟୋଗଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Shrutilipi ad