ଆଗରପଡ଼ା:ବନ୍ତ ବ୍ଳକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ କୁଆଁଶମଢ଼ିଆ ଗ୍ରାମରେ ଥିବା ରଘୁନାଥଜୀୟୁ ମନ୍ଦିର ଓ ତା ସନ୍ନିକଟରେ ଥିବା ଶିବ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ଜଣାପଡ଼ିଛି ।ଉଭୟ ମନ୍ଦିରର କବାଟ,ଗ୍ରୀଲ୍ କାଟି ଦୁବୃର୍ତ୍ତମାନେ ମନ୍ଦିରକୁ ପଶିଥିଲେ । ଠାକୁରଙ୍କ ରୂପା ବଇଁଶୀ,ମୁକୁଟ ଆଦି ଅଳଙ୍କାରମାନ ସହ ଦାନବାକ୍ସ କୁ ନେଇ ଯାଇଥିବାର ଗ୍ରାମବାସୀମାନେ କହିଛନ୍ତି ।ଏହି ସଂପର୍କରେ ଅଭିଯୋଗ ପାଇ ଥାନାଧିକାରୀ ଦେବରାଜ ଜେନା ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ନିକଟସ୍ଥ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରୁଛନ୍ତି । ତୁରନ୍ତ ଦୁବୃର୍ତ୍ତମାନଙ୍କୁ ଠାବ କରି ଚୋରୀ ସାମଗ୍ରୀ ମାନ ଉଦ୍ଧାର କରିବାକୁ ହାଇକୋର୍ଟ ଆଡ଼ଭୋକେଟ ସତ୍ୟ ଶିବ ସୁନ୍ଦର ମହାନ୍ତି, ବିଜେପି ନେତା ବିଜ୍ଞାନଭୂଷଣ ମହାନ୍ତି ପ୍ରମୁଖ ଦାବି କରିଛନ୍ତି । ସୂଚନାଯୋଗ୍ୟ,ଗତ କିଛିବର୍ଷ ତଳେ ସ୍ଥାନୀୟ ଅଞ୍ଚଚଳରେ ଥିବା ପ୍ରାୟ ସବୁ ମନ୍ଦିରରୁ ଏହିପରି ଚୋରୀ ଘଟଣା ବାରମ୍ୱାର ଘଟିଥିଲା ।

