Screenshot 2025 12 06 113559 750x430

ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଦୁଇ ଖଣି ଅଧିକାରୀ

ରାଜ୍ୟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ମାତିଛନ୍ତି ଖଣି ମାଫିଆ। ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏବଂ ସମ୍ବିତ କୁମାର ମଣି ଦାଣ୍ଡ ହରିପୁର ଗ୍ରାମରେ ୩ଟି ଡମ୍ପର ବେଆଇନ ଭାବେ ପଥର ଚାଲାଣ କରୁଥିବା କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ କେହି ଖଣି ବିଭାଗକୁ ଖବର ଦେଇଥିବା ଅଭିଯୋଗ କରି ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲେ।

ଏହି ସମୟରେ ଖଣି ଅଧିକାରୀ ଦ୍ବୟ ଗାଡ଼ିକୁ ଜବତ କରି ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଗାଡ଼ିକୁ ଛାଡ଼ି ପଳାଇ ଆସି ଏ ବାବଦରେ ଖଣି ଅଧିକାରୀ ଜଗନ୍ନାଥ ଦାସ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଗତ ମାସ ୩୦ ତାରିଖରେ ସୋର ତହସିଲ ଓ ଖଣି ବିଭାଗ ପକ୍ଷରୁ ପୃଥକ ଭାବେ ଚଢ଼ାଉ କରାଯାଇ ୧୦ଟି ପଥର ଓ ୫ଟି ବାଲି ବୋଝେଇ ଗାଡ଼ିକୁ ଜବତ କରାଯାଇଥିଲା।

Shrutilipi ad