Photo2 for the news of road

ଇଟୁଆ ରାସ୍ତାର ଶିଳାନ୍ୟାସ, ପ୍ରତିଶ୍ରୁତି ରଖିଲେ ବିଧାୟକ

ରାଜ୍ୟ

ଆଗରପଡ଼ା:ବନ୍ତ ବ୍ଳକ ଚାରିଗାଁ ପଂଚାୟତ ଅନ୍ତର୍ଗତ ତେଲନଟୀ-ବିଷ୍ଣୁପୁର ଭାୟା ଇଟୁଆ ଆରଡି ରାସ୍ତାର ଶୁଭାରମ୍ଭ କରାଯାଇଛି । ପଂଚାୟତ ସଭାପତି ପର୍ଶୁରାମ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ୧୪ନଂ ଜୋନ ତରଫରୁ ବିଜେଡି ପକ୍ଷରୁ ଇଟୁଆ ଠାରେ ଅନୁଷ୍ଠିତ ପଦଯାତ୍ରା ସଭାରେ ଗ୍ରାମବାସୀ ରାସ୍ତା ସଂପର୍କରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଧାୟକ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ବିଧାୟକ ତାଙ୍କ ପ୍ରତିଶ୍ରୁତି ପାଳନ କରିଥିବାରୁ ଗ୍ରାମବାସୀ ବିଧାୟକ ଶ୍ରୀ ମଲ୍ଲିକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସରପଂଚ ଗୀତିକା ଭୋଇ ଓ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାସ୍ତା ଶୁଭାରମ୍ଭ ସମୟରେ ପୂର୍ବତନ ସରପଂଚ ବନମାଳୀ ବେହେରା, ନାଏକ ସରପଞ୍ଚଚ ଅକ୍ଷୟ ବେହେରା,ମାର୍କଣ୍ଡ ମହାକୁଡ଼,ହରିହର ନାଥ,ବସନ୍ତ କର,ନିଶିକାନ୍ତ ବେହେରା,ଅଭିମନ୍ୟୁ ପାଣିଗ୍ରାହୀ,ସୁରେନ୍ଦ୍ର ମଲ୍ଲିକ,ଗଜେନ୍ଦ୍ର ଜେନା,ସୀତାକାନ୍ତ ଜେନା, ଶ୍ରୀକାନ୍ତ ଜେନା,ଆନନ୍ଦ ଜେନା ଓ ରବି ଜେନା ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ;ବନ୍ତ ବ୍ଳକ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ପଂଚାୟତର ସମତିସଭ୍ୟ ଓ ସରପଂଚ ପଂଚାୟତରେ ବିକାଶମୂଳକ କାର୍ଯ୍ୟ ହୋଇପାରୁ ନଥିବାରୁ ଲୋକମାନଙ୍କ ମତକୁ ସମ୍ମାନ ଜଣାଇ ଦଳ(ବିଜେଡ଼ି) ଛାଡୁଥିବା ପ୍ରକାଶ କରୁଥିବା ବେଳେ ଚାରିଗାଁ ପଂଚାୟତର ପଂଚାୟତବାସୀ ବିଜେଡ଼ି ବିଧାୟକ ସଂଜୀବ ମଲ୍ଲିକ ନିଜ ପ୍ରତିଶ୍ରୁତି ପାଳନ ପୂର୍ବକ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି । ଯାହାକୁ ନେଇ ବନ୍ତ ବ୍ଳକରେ ଚର୍ଚ୍ଚା ଜୋର ଧରିଛି ।

Shrutilipi ad