Img 20251204 wa0170

ଜାତୀୟ ଡାକ କର୍ମଚାରୀ ସଂଘ, ମୟୂରଭଞ୍ଜ ଶାଖାର ଦ୍ଵିବାର୍ଷିକ ସମ୍ମିଳନୀ 

ରାଜ୍ୟ
ବାରିପଦା :ଜାତୀୟ ଡାକ କର୍ମଚାରୀ ସଂଘ,  ମୟୂରଭଞ୍ଜ ଶାଖାର ୨୨ତମ ଦ୍ୱିବାର୍ଷିକ ସମ୍ମିଳନୀ ସହ ଖୋଲା ଅଧିବେଶନ  ସଂଘର ସଭାପତି ସେକ ଅବଦୁଲ ମୁସ୍ତାକିନଙ୍କ ପୌରୋହିତ୍ୟରେ ସ୍ଥାନୀୟ ସୀତାକୁଣ୍ଡ ନେଚରସ କଟେଜଠାରେ  ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଅବସରପ୍ରାପ୍ତ ଉପ ଡାକପାଳ ସୂର୍ୟlନନ୍ଦ୍ ସୋରେନଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଖୋଲା ଅଧିବେଶନରେ ଯୋଗଦେଇ ପୁରୀ ଡାକ ମଣ୍ଡଳର ବିନୟ କୁମାର ସ୍ବାଇଁ ଏବଂ ଭୁବନେଶ୍ବର ଡାକ ମଣ୍ଡଳର ବକ୍ସିଜଗବନ୍ଧୁ ପାତ୍ର ଡାକ ବିଭାଗରେ ପ୍ରଚଳିତ ନୂତନ ବୈଷୟିକ ଜ୍ଞାନ ସମ୍ବନ୍ଧରେ ନିଜ ନିଜ ଅଭିବ୍ୟକ୍ତ ରଖିଥିଲେ I ସଂଘର ସମ୍ପାଦକ ଦେବାଶିଷ ମହାନ୍ତ ଦ୍ଵିବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହିତ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଥଲେ I ଏହି କର୍ମଚାରୀ ସଂଘରେ ନୂତନ ଭାବେ ଯୋଗ ଦେଇଥିବା କର୍ମଚାରୀ ଦୀପକ ସେଠି ଏବଂ ପ୍ରଣୟ ନନ୍ଦୀ ଏବଂ ଡାକ ବିଭାଗର ବିଶେଷ କ୍ଷେତ୍ରରେ ସଫଳତା ହାସଲ କରିଥିବା କର୍ମଚାରୀ ସୌମ୍ୟା ମହାନ୍ତ ଏବଂ ବିଜୟ ସେଠି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ପରିଶେଷରେ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା I ଦେବାଶିଷ ମହାନ୍ତ ପୁଣି ଥରେ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ I ମନୋଜ କୁମାର ମହାନ୍ତ ଧନ୍ୟବାଦ୍ ପ୍ରସ୍ତାବ ଦେଇଥିବା ବେଳେ ଚନ୍ଦ୍ରଶେଖର ମହାନ୍ତି ସଭା ପରିଚାଳନା କରିଥିଲେ I ତରୁଣ ପାତ୍ର, ଅଭିଳାଷ ମହାନ୍ତି, ଧନଞ୍ଜୟ ମହାନ୍ତ, ଦିଲ୍ଲୀପ ବେଶ୍ରା, ଆକାଶ ଦାସ, ରାହୁଲ କୁମାର, ଝାଂଶୀ ରାଣୀ ମୁର୍ମୁ, ଶେଫାଳୀ ମାହାତ, ମନୁଲାଲ ସର୍ଦ୍ଦାର ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad