Img 20251203 wa0142

ଆସନ୍ତା ୧୩ ଓ ୧୪ ତାରିଖରେ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଫାଉଣ୍ଡେସନ, ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଉଦ୍ୟମରେ ବାରିପଦା ଷ୍ଟାଡିୟମ ପଡିଆରେ ପ୍ରଥମଥର ପାଇଁ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବବୋଲି ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଜଣାଇଛନ୍ତି I ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, ଝାଡ଼ଖଣ୍ଡ, ଛତିଶଗଡ, ଗୋଆ, ଓଡିଶା ଓ ରାଜସ୍ଥାନର ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିବେ I ପ୍ରକାଶ ଥାଉକି ଚଳିତ ମାସ ୧୧ ଓ ୧୨ ତାରିଖରେ ବାରିପଦା ଷ୍ଟାଡିୟମ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଚଳିତ ମାସ ୧୬ ଓ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଯେଉଁ ଖେଳାଳି ମାନେ ଅନଲାଇନରେ ନିଜନିଜର ନାମ ପଞ୍ଜିକରଣ କରିନାହାନ୍ତି ସେମାନେ ନିଜର ନାମ ପଞ୍ଜିକରଣ କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି I
Shrutilipi ad