ବାରିପଦା: ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ୍( ଓମସା) ତରଫରୁ ୧୩ ଦଫା ଦାବି ନେଇ ୧୮ ସେପ୍ଟେମ୍ବର , ୨୦୨୪ ରୁ ମୁଖ୍ୟମନ୍ତ୍ରୀ,,ସ୍ବାସ୍ଥ୍ଯମନ୍ତ୍ରୀ ,ସ୍ଵାସ୍ଥ୍ୟ ସଚିବଙ୍କୁ ଦାବି ପ୍ରଦାନ ଏବଂ ବହୁବାର ଆଲୋଚନା ସତ୍ବେ ଆଜିଯାଏଁ ସେମାନଙ୍କ ନିର୍ଯ୍ଯ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ।ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ।ଇତି ମଧ୍ୟରେ ୫ ଥର ରୁ ଅଧିକତର ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ସରକାର ଅଣଦେଖା କରୁଛନ୍ତି ।ତେଣୁ ଓମସା ରାଜ୍ୟ ଶାଖା ନିଷ୍ପତ୍ତି କ୍ରମେ ଓମସା ଇରଙ୍ଗପୁର ଶାଖା ତରଫରୁ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ହସ୍ପିଟାଲ ସୁପରିଣ୍ଟେଡେଣ୍ଟ ଡାଃ ରବୀନ୍ଦ୍ରନାଥ ମାରାଣ୍ଡିଙ୍କ ସଭାପତିତ୍ବରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା ।ଖବରଦାତା ସମ୍ମିଳନୀରେ ଡାକ୍ତର ରଵୀନ୍ଦ୍ରନାଥ ମାରାଣ୍ଡି ଗଣମାଧ୍ୟମ ଜରିଆର କହିଥିଲେ ସେମାନଙ୍କ ଦାବିଗୁଡିକୁ ହେଲା ୧-କେନ୍ଦ୍ରୀୟ ହାରରେ ସମସ୍ତ ଚିକିତ୍ସକଙ୍କ ସମେତ ଦନ୍ତ ଚିକିତ୍ସକ ଙ୍କୁ ଡିଏସିପି ପ୍ରଦାନ, ୨- ଓଡ଼ିଶା ମେଡିକାଲ ହାଉସ ସର୍ଜନ ଏବଂ ଦନ୍ତ ଚିକିତ୍ସକ ଙ୍କ କ୍ୟାଡ଼ର ପୁନର୍ଵିନ୍ଯାଶ, ୩- ବିଶେଷଜ୍ଞ ଓ ଡିପ୍ଳୋମାଧାରୀ ଵୃଦ୍ଧି କରାଯାଉ, ୪- ଓଡ଼ିଶା ସରକାରଙ୍କର ଅନ୍ୟ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗ( ପ୍ରବେଶ) ଙ୍କ ଭଳି ଦରମା ପଦ୍ଧତି ଏବଂ ଡିଏସିପି ଦରମା ନିର୍ଦ୍ଧାରଣ, ୫- ପ୍ରଶାସନିକ ଭତ୍ତା ଏବଂ ଦନ୍ତ ଚିକିତ୍ସକଙ୍କୁ ବିଶେଷଜ୍ଞ ଭତ୍ତା, ୬- ପୋଷ୍ଟମର୍ଟମ ଭତ୍ତା ବୃଦ୍ଧି, ୭- ଅଗ୍ରାଧିକାର ଭିତ୍ତିରେ ଡାକ୍ତରୀ ଖାଲି ପଦବୀ ପୂରଣ କରାଯାଉ ଏଵଂପ୍ରତିଵର୍ଷ ବିଭାଗୀୟ ପଦୋନ୍ନତି କମିଟି ବସି ପଦୋନ୍ନତି କରାଯାଉ ,୮- କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା, ୯- କ୍ଯାପିଟାଲ ହସ୍ପିଟାଲ ସ୍ଥିତାବସ୍ଥା ବଜାୟ ରଖାଯାଉ, ୧୦- କେବିକେ ଅଞ୍ଚଳରେ ୫ ବର୍ଷରୁ ଅଧିକ ଚାକିରୀ କରିଥିବା ଡାକ୍ତରଙ୍କୁ ଉପକୂଳବର୍ତୀ ଜିଲ୍ଲାକୁ ଆଣିବା ନିଶ୍ଚିତ କରାଯାଉ, ୧୧- ସଙ୍କଟ ପୁର୍ଣ ଅବସ୍ଥାରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ସ୍ବାସ୍ଥ୍ଯ ବୀମା କରାଯାଉ, ୧୨-ସମସ୍ତ ଡାକ୍ତରଖାନାରେ ଡାକ୍ତରମାନଙ୍କ ପାଇଁ ବାସଗୃହ ନିର୍ମାଣ କରିବା ଏବଂ ୧୩- ଆଡହକ୍ ଡାକ୍ତରମାନଙ୍କୁ ନିୟମିତ କରାଯାଉ ଏବଂ ଚାକିରୀ ଆରମ୍ଭରୁ ଡିଏସିପି ଲାଗୁ କରାଯାଉ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କର ନାର୍ଯ୍ୟ ଦାବିପ୍ରତି ସହନଶୀଳ ହୋଇ ଦାବି ପୂରଣ କରନ୍ତୁ ।ଆଗାମି ଦିନରେ ସରକାର ଯଦି କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି ତାହାହେଲେ ଓମ୍ସା ତରଫରୁ ଦାବି ହାସଲ ଯାଏଁ ଆନ୍ଦୋଳନକୁ ତୀବ୍ରତର କରାଯିବ ଏବଂ ସରକାରଙ୍କୁ ଅସହଯୋଗ କରାଯିବ ।ଜନସାଧାରଣ ଅସୁବିଧାରେ ପଡ଼ିଲେ ସରକାର ଦାୟୀ ରହିବେ ।ଏହି ଖବରଦାତା ସମ୍ମିଳନୀରେ ଓମସା ରାଇ ଙ୍ଗପୁର ଶାଖାର ସଭାପତି ଡାଃ ରଵୀନ୍ଦ୍ରନାଥ ମାରାଣ୍ଡୀ, ସଂପାଦକ ଡ଼ାଃ ସୌମେଶ କୁମାର ମହାନ୍ତ, ଉପସଭାପତି ଡ଼ାଃ ପ୍ରମୋଦ କୁମାର ସାହୁ, କୋଷାଧ୍ୟକ୍ଷ ଡ଼ାଃ ମାନସୀ କିସ୍କୁ, ଯୁଗ୍ମ ସଂପାଦକ ଡାଃ ଦେବେନ୍ଦ୍ରନାଥ ଟୁଡୁ, ଶାଖା କାର୍ଯ୍ୟକାରୀ ସଦସ୍ୟ ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁପରିଣ୍ଟେଡେଣ୍ଟ ଡା଼ ରୀତା ସାହୁ, ଵିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାଃ ଗୋବିନ୍ଦ ସୋରେନ, ତିରିଂ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ଡା଼ଃ ନରେନ୍ଦ୍ରନାଥ ମୁର୍ମୁ, ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାଃ ଛବିରାଣୀ ନାଏକ, ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା଼ଃ ଦୀପକ ରଞ୍ଜନ ଯେନା , ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାଃ ରିତେଶ ଚୈତନଙ୍କ ସମେତ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ l

