ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ସଦର ମୋହକୁମାସ୍ଥିତ ମହତାବ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ବ୍ଲକ ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାସଙ୍କ ଦ୍ୱାରା ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବନ୍ତ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର,ନାରାୟଣ ଲେଙ୍କା, କୃତୀ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗ ଦେଇ ଭଗବାନଙ୍କ ସୃଷ୍ଟିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କୈାଣସି ଗୁଣରେ ନିମ୍ନ ନୁହଁନ୍ତି । ସେମାନଙ୍କ ମଧ୍ୟରେ ବହୁମୁଖି ପ୍ରତିଭା ଲୁଚି ରହିଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ନୃତ୍ୟ,ଗୀତ ଼ପ୍ରଭୃତି ପ୍ରତିଯୋଗୀତାରେ ଅନୁଷ୍ଠିତ ହୋଇଥିଲା ଳ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରି ଥିଲୋ । ମହତାବ ସରକାରୀ ମ.ଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ଜେନା ଅତିଥିପରିଚୟ ଓ ମଂଚ ପରିଚାଳନା କରିଥିଲେ । ଆଶାଲତା ନାୟକ,ମହେଶ୍ୱତା ଲେଙ୍କା , ଆଶୁତୋଷ ଲେଙ୍କା,ସତ୍ୟନାରାୟଣ ଦାସ,ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ।

