Photo for the news of science exhbition

ବ୍ଲକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀରେ ଅବ୍ୟବସ୍ଥା: ଯୋଗ ଦେଲେନି ଅତିଥି, ସରପଞ୍ଚ କଲେ ଉଦ୍‌ଘାଟନ

ରାଜ୍ୟ

ବନ୍ତ/ଆଗରପଡ଼ା: ବୁଧବାର ବନ୍ତ ବ୍ଲକ ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ସେଣ୍ଢତୀରାସ୍ଥିତ ପିଏମଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟ କାର୍ଯ୍ୟକ୍ରମ ଥିବା ବେଳେ କୌଣସି ଅତିଥି ଯୋଗ ଦେଇନଥିଲେ । ଫଳରେ ସ୍ଥାନୀୟ ସରପଂଚଙ୍କୁ ନେଇ ଉଦ୍‌ଘାଟନ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଏହି ମେଳାରେ ବ୍ଲକର ୧୧୧ ଗୋଟି ବିଦ୍ୟାଳୟରୁ ୧୪୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ହରେକୃଷ୍ଣ ଆପଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଭାଗିରଥି ପାତ୍ର, ମୁଖ୍ୟ ବକ୍ତା ଭାବେ ରାଧନାଥ ମିଶ୍ର, ସମ୍ମାନୀତ ଅତିଥି ଭାବେ ଅନାଦି ଚରଣ ସେନାପତି ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକ ସମେତ ବ୍ଳକ ବିଜ୍ଞାନ ସଂଯୋଜକ ପ୍ରମୁଖ ଯୋଗ ଦେଇ ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ଶିକ୍ଷକ ଅଭୟ ପ୍ରଧାନ ମଂଚ ସଂଯୋଜନା, ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ଶିକ୍ଷକ ପଂଚାନନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ବିଚାରକ ଭାବେ ଗୋପୀନାଥ ଦାଶ, ବିଜୟ କୁମାର ଷେଣ୍ଢ ପ୍ରକଳ୍ପ ପରିଚାଳନାରେ ସମସ୍ତ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ୭ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । ୨ୟ ଅଧିବେଶନରେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ, ସ୍ଥାନୀୟ ସମିତି ସଭ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେମାନେ ଆସିନଥିବା ଦେଖାଯାଇଥିଲା । ଅନ୍ୟ ପକ୍ଷରେ ମଧ୍ୟାହ୍ନ ଭୋଜନ ପରେ ପ୍ରକଳ୍ପ ଗୁଡିକୁ ନେଇ ଛାତ୍ରଛାତ୍ରୀ ଓ ଗାଇଡ ଶିକ୍ଷକ ମାନେ ପଳାଇ ଯାଇଥିବାର ଦେଖାଯାଇଥିଲା । ଏମିତିବି ପିଲା ବସିବାର ଠିକ୍ ବ୍ୟବସ୍ଥା ହୋଇନଥିବା ବେଳେ ମନମୁଖି ଭାବରେ ପିଲା ଚୟନ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଅବ୍ୟବସ୍ଥା ପାଇଁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନନ୍ତ ଚରଣ ନାୟକଙ୍କୁ ପଚାରିବାରୁ ସେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଶୁଭ୍ର ପ୍ରକାଶ ରାଉଳ ନାମ ନେଇ ଖସି ଯାଇଥିଲେ । ରାଜ୍ୟ ସରକାର ପିଲା ବିଜ୍ଞାନ କ୍ଷେତ୍ରରେ ଅଧିକ ଜ୍ଞାନ କିପରି ଅର୍ଜନ କରିବେ ପାଇବା ସେଥିପାଇଁ ଆବଶ୍ୟକ ଠାରୁ ଅଧିକ ଟଙ୍କା ଖର୍ଚ୍ଚକରି ଏହି ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମ କରୁଥିବା ବେଳେ ସେହି କାର୍ଯ୍ୟକ୍ରମ ଦାୟୀତ୍ୱ ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ମନୋଭାବ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷରେ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଭାବକ ଦାବି କରିଛନ୍ତି ।

Shrutilipi ad