Img 20251201 wa0150

ପୁଅ ଓ ସ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜନ କଲେ ସମାଜସେବୀ ହିମାଂଶୁ ଶେଖର ପ୍ରହରାଜା

ରାଜ୍ୟ
ବାରିପଦା: ସମାଜସେବୀ ହିମାଂଶୁ ଶେଖର ପ୍ରହରାଜ ତାଙ୍କ ସୁପୁତ୍ର  ସୁନନ୍ଦନ ପ୍ରହରାଜ ଓ ତାଙ୍କ ସ୍ତ୍ରୀ ଉଭୟଙ୍କ ଜନ୍ମଦିନଟିକୁ ଆଡ଼ମ୍ବର ଭାବରେ ନ ମାନି  ବାରିପଦା ସ୍ଥିତ ନାରାୟଣ ସେବା ଟ୍ରଷ୍ଟ ସହ ମିଶି ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ ଜନ୍ମଦିନ। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଏଡିସନାଲ ଏସ. ପି  ଦୀପକ କୁମାର ଗଛାୟତ ଯୋଗଦେଇ ପ୍ରଥମେ ଗଣେଶଙ୍କୁ ବନ୍ଦନା କରି ଫିତା କାଟି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ଏଡିସନାଲ ଏସ ପି ଶ୍ରୀ ଗୋଛାୟତ ତାଙ୍କ ବ୍ୟକ୍ତବ୍ୟରେ କହିଲେ ଏହିଭଳି ପ୍ରୟାସ ଦ୍ୱାର ରକ୍ତର ଅଭାବ ରହିବ ନାହିଁ  ଏଭଳି ପ୍ରୟାସ ନିଶ୍ଚୟ ସ୍ୱାଗତ ଯୋଗ୍ୟ।  ଶ୍ରୀ ପ୍ରହରାଜ ନିଜେ ରକ୍ତ ଦେବା ସହ ନାରାୟଣ ସେବା ଟ୍ରଷ୍ଟର ଅନେକ ସଦସ୍ୟ ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ 22 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।  ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଗୋଛାୟତ ସମାଜସେବୀ ଶ୍ରୀ ପ୍ରହରାଜ ଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ। ଶ୍ରୀ ପ୍ରହରାଜ ଏକାଆଧାରରେ ଜଣେ ସମଜସେବୀ, ରକ୍ତଦାତା, ସାମ୍ବାଦିକ ଏବଂ ଏଥି ସହ ଶିକ୍ଷକତା ମଧ୍ଯ କରନ୍ତି.ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥାଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ନାରାୟଣ ସେବା ଟ୍ରଷ୍ଟ ତରଫରୁ 20 ଜଣ ସମାଜସେବୀଙ୍କୁ ମାନ ପତ୍ର, ଉତ୍ତରୀ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ। ଆୟୋଜିତ ଉକ୍ତ ଶିବିରରେ  ଡା ନିରୋଜ କୁମାର ପୋଥାଳ,  ସୋମନାଥ ସିଂ, ପ୍ରତାପେଶ୍ୱର ଦାଶ, ଜୟ ପ୍ରକାଶ ମହାନ୍ତ, ସୁମିତା ଚୌବେ, ଭାସ୍ବତୀ ପଣ୍ଡା, ରାଜଲଷ୍ମୀ ମିଶ୍ର, ଅସୀମ ଚକ୍ରବର୍ତ୍ତୀ, ଗୌର ଦାସ ଗିରି, ଅଜିତ ଦାସ, ତଥା ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Shrutilipi ad