Img 20251201 wa0114

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ୨୦୨୫ର ବିଜେତାମାନଙ୍କର ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକତା ତଥା ଷ୍ଟାର୍ଟ-ଅପ ସ୍ଥାପନରେ ସହଯୋଗ କରିବା ଲକ୍ଷ୍ୟ ନେଇ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ବିଜେତାମାନଙ୍କର ସମ୍ବର୍ଦ୍ଧନା ସମାରୋହରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ବିଜେତା ଡ. ଦମୟନ୍ତୀ ବେଶ୍ରା ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିଶ୍ୱବିଦ୍ୟାଳୟର ଅର୍ପିତା ସାହୁ, ସୁଧାଂଶୁ ସେଠୀ, ଦ୍ୱିତୀୟ ସ୍ଥାନରେ ଯଶିପୁର ମହାବିଦ୍ୟାଳୟର ଜଗନ୍ନାଥ ଟୁଡ଼ୁ, ତୃତୀୟ ସ୍ଥାନରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଂଶୁମାନ ମହାନ୍ତ, ଚତୁର୍ଥ ସ୍ଥାନରେ ବେତନଟୀ ମହାବିଦ୍ୟାଳୟର ଜ୍ୟୋତିସ୍ମିତା ସାଇରଞ୍ଜନୀ ଓ ପଞ୍ଚମ ସ୍ଥାନରେ ବିଶ୍ୱବିଦ୍ୟାଳୟର ଶୁଭଜିତ ସାହୁ ରହିଥିଲେ । ଏହି ପାଞ୍ଚଟି ଟିମ୍‌ର ପ୍ରତି ଟିମ୍‌କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା ଯାହା କି ସେମାନଙ୍କୁ ୪୦,୦୦୦, ୪୦,୦୦୦, ୨୦,୦୦୦ ଏପରି ୩ଟି କିସ୍ତିରେ ପ୍ରଦାନ କରାଯିବ । ସେଭଳି ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସ୍ତରରେ ଯୋଗ୍ୟତା ପର୍ଯ୍ୟାୟରେ ହୋଇଥିବା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଭାବେ ୨୫,୦୦୦ ଟଙ୍କା ବିଶ୍ୱବିଦ୍ୟାଳୟର ଅର୍ପିତା ସାହୁ ଓ ସୁଧାଂଶୁ ସେଠୀଙ୍କୁ, ଦ୍ୱିତୀୟ ପୁରସ୍କାର ଭାବେ ୨୦,୦୦୦ ଟଙ୍କା ବିଶ୍ୱବିଦ୍ୟାଳୟର ଶୁଭେନ୍ଦୁ ମିଶ୍ର, ଅନୁଭବ ମହାପାତ୍ର, ନିର୍ମଳ କୁମାର ବେହେରାଙ୍କୁ ଏବଂ ତୃତୀୟ ପୁରସ୍କାର ଭାବେ ୧୦,୦୦୦ ଟଙ୍କା ବିଶ୍ୱବିଦ୍ୟାଳୟର ଶୁଭଜିତ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍‌ ହିମବିନ୍ଦୁ, ଓ ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Shrutilipi ad