Photo for the news of bishnumohan

ଶିକ୍ଷାବିତ୍ ତଥା ଲେଖକ ବିଷ୍ଣୁମୋହନଙ୍କୁ “ଜ୍ଞାନୀ ଗୃରୁ ଶ୍ରୀଚକ୍ର” ସମ୍ମାନ

ରାଜ୍ୟ

ଆଗରପଡ଼ା: ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ (ହାସିନପୁର) ପଣ୍ଡାସାହି ବାଉନଘର ଗ୍ରାମ ନିବାସୀ ଶିକ୍ଷାବିତ୍ ତଥା କର୍ମକାଣ୍ଡ ପୂଜାବିଧିର ବିଭିନ୍ନ ପୁସ୍ତକ ରଚୟତା ବିଷ୍ଣୁ ମୋହନ ପଣ୍ଡା“ ଜ୍ଞାନୀ ଗୃରୁ ଶ୍ରୀଚକ୍ର” ସମ୍ମାନରେ ସମ୍ମାନିତ ହୋଇଛନ୍ତି । ରବିବାର ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ବର୍ତ୍ତମଣା ଠାରେ ଆୟୋଜିତ ‘ବୟସର କୃଷ୍ଣଚୂଡା’କମିଟି ଦ୍ୱାରା ଆୟୋଜିତ ପ୍ରଥମ ବାର୍ଷିକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତିଙ୍କ ତତ୍ତ୍ୱାବଧାନରେ ଆନନ୍ଦ ଚନ୍ଦ୍ର ମାଇତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କୋରେଇ ବିଧାୟକ ତଥା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଆକାଶ ଦାସନାୟକ, ମୁଖ୍ୟବକ୍ତା ଉମାକାନ୍ତ ହୋତା ଯୋଗଦେଇ ଶିକ୍ଷାବିତ୍ ତଥା କର୍ମକାଣ୍ଡ ପୂଜାବିଧିର ବିଭିନ୍ନ ପୁସ୍ତକର ରଚୟତା ବିଷ୍ଣୁ ମୋହନ ପଣ୍ଡାଙ୍କୁ“ ଜ୍ଞାନୀ ଗୃରୁ ଶ୍ରୀଚକ୍ର” ସମ୍ମାନରେ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଶ୍ରୀ ପଣ୍ଡା ଅଦ୍ୟାବଧି କର୍ମକାଣ୍ଡ ପୂଜାବିଧିର ପ୍ରାୟ ୧୫ରୁ ଉର୍ଦ୍ଧ୍ ପୁସ୍ତକ ଲେଖିସାରିଛନ୍ତି ।

Shrutilipi ad