ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ ର ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଉପଲକ୍ଷେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ସମସ୍ତ ବ୍ଲକରୁ ଚୟନ ହୋଇ ଆସିଥିବା ୭୯ ଜଣ ପ୍ରତିଯୋଗୀ ମଧ୍ୟରେ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୁଇଜ ପ୍ରତିଯୋଗିତାରେ ଓଏଭି, ଭାଲୁବସା, କପ୍ତିପଦା ର ବିଦୁସ୍ମିତା ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ,ଠାକୁରମୁଣ୍ଡା ର ଚନ୍ଦନ ମହାନ୍ତ,ରଘୁନାଥ ଉଚ୍ଚ ବିଦ୍ୟାଳୟ,ରାଇକମା ର ଆୟୁଷ ମହାନ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l
ଏହି ପ୍ରତିଯୋଗିତା କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବିଚାରକ ଭାବେ ଶିକ୍ଷକ ନୟନ ଗିରି,ଶିକ୍ଷୟତ୍ରୀ ସୁଲୋଚନା ମଙ୍ଗରାଜ ଯୋଗ ଦେଇଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର କଲିଆ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ନଗଦ ରାଶି ଯଥାକ୍ରମେ ଟଙ୍କା ୨୦୦୦, ୧୫୦୦, ୧୦୦୦ ପୁରସ୍କାର ରାଶି ପ୍ରଥମ, ଦ୍ଵିତୀୟ, ତୃତୀୟ ଙ୍କୁ ପ୍ରଦାନ କରାଯାଇଥିଲା l ପ୍ରଥମ ହୋଇଥିବା ଛାତ୍ରୀ ବିଦୁସ୍ମିତା ସାହୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଯୋଗ ଦେବେ l କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ମନୋଜ ପରିଡା, ଆୟୋଜକ ବିଦ୍ୟାଳୟ ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବିଶ୍ୱେଶ୍ୱର ଦ୍ବିବେଦୀ,ଅବସରପ୍ରାପ୍ତ ଶିକ୍ଷକ ଡ଼ ଶଶିଧର ବିଶ୍ୱାଳ, ଆୟୋଜକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

