ବାରିପଦା: ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ଲାଲବଜାର ଠାରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ସହାୟକ ଉପକରଣ ଓ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଆକଳନ ଶିବିର ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି । ତା ୨୯.୧୧.୨୦୨୫ ରିଖ ବାରିପଦା ବ୍ଲକ, ତା ୩୦.୧୧.୨୦୨୫ ରିଖ ଶ।ମାଖୁଣ୍ଟା ଓ ମୋରଡା ବ୍ଲକର ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନେ ଯୋଗଦାନ କରିଥିଲେ । ବାରିପଦା ବ୍ଲକରୁ ୮୫ ଜଣ, ଶ।ମାଖୁଣ୍ଟା ବ୍ଲକରୁ ୫୨ ଜଣ ଓ ମୋରଡା ବ୍ଲକରୁ ୩୩ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଯୋଗଦାନ କରିଥିଲେ। ଉକ୍ତ ୩ ଟି ବ୍ଲକରୁ ୧୪୫ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ୨୦୬ ଟି ବିଭିନ୍ନ ପ୍ରକାର ଉପକରଣ ଓ ୯୪ ଜଣ ବିଭିନ୍ନ ପ୍ରକାର କୃତିମ ଅଙ୍ଗ ପ୍ରତ୍ୟଙ୍ଗ ପାଇବା ପାଇଁ ଯୋଗ୍ୟ ବେବେଚିତ ହୋଇଛନ୍ତି । ଏହି ଅକାଳନ ଶିବିରର ମୁଖ୍ୟ ଉଦେଶ୍ୟ ହେଉଛି ଉପକରଣ ଗୁଡିକ ଶିକ୍ଷାର୍ଥୀ ମାନଙ୍କୁ ପ୍ରଦାନ କଲାପରେ ସେମାନେ ସହଜରେ ନିୟମିତ ବିଦ୍ୟାଳୟକୁ ଯାତାୟାତ କରିବା ସହିତ ସେମାନକର ଦୈନଦିନ କାର୍ୟ୍ୟ କରିବାରେ ସହାୟକ ହେବ । ଯାହା ଦ୍ଵାରାକି ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଓ ସାମାଜିକ କ୍ଷେତ୍ରରେ ଏହା ଏକ ପଥପ୍ରଦର୍ଶକ ଭାବେ କାର୍ୟ୍ୟ କରିବ । କୃତିମ ଅଙ୍ଗ ପ୍ରତ୍ୟାରୋପଣ (ଇଖଓଗଉଙ) ଭୁବନେଶ୍ବରଙ୍କ ପକ୍ଷରୁ ସୁଶ୍ରୀ ଇଶିତା ବିଶ୍ୱାସ ଓ ଶ୍ରୀ ତପନ କୁମାର ପ୍ରଧାନ (କୃତିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଙ୍ଗ୍ୟ), ଶ୍ରୀ ରିଷି ଗୁପ୍ତା ଓ ଶ୍ରୀ ଦୀପକ କୁମାର ଜେନା ଉପସ୍ଥିତ ରହି ପିଲାମାଙ୍କୁ ଆକଳନ କରି ଆବଶ୍ୟକ ଉପକରଣ ଗୁଡିକ ସ୍ଥିର କରିଥିଲେ ।ଏହି ଶିବିରଟି ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକଙ୍କ ପ୍ରତେକ୍ଷ ତତ୍ବାବଧାନରେ ପରିଚାଳିତ ହୋଇଥିଲା ।ଗୋଷ୍ଠୀ ଶିକ୍ଷା କାର୍ୟ୍ୟ।ଳୟ, ବାରିପଦାର ଶ୍ରୀମତୀ ରେଖାରଣୀ ଦାସ, ଦିଲ୍ଲୀପ କୁମାର ଦାସ, ଶାମାଖୁଣ୍ଟ।ର ସରୋଜ କୁମାର ଦାସ ଓ ସୋନାଲିକା ନାୟକ, ମୋରଡାର ଶ୍ରୀ ଦୁର୍ୟୋଧନ ରାଉତ ଓ ଶ୍ରୀମତୀ ନବନୀତା ସାହୁ ତଥା ଅନ୍ତର୍ନିବେଶି ଶିକ୍ଷା ସାଧନ କର୍ମୀ ଶ୍ରୀ ରୋହିତ କୁମାର ବିଶ୍ଵାଳ , କିଶୋର କୁମାର ସାହୁ ଓ ବିରେନ୍ଦ୍ର କୁମାର ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

