ବାରିପଦା: ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୟୁରଭଞ୍ଜ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ଶାଖା, ଜୋନ, ଜିଲ୍ଲାରେ ପାର୍ଟିର ଶତବାର୍ଷିକୀ ପାଳନ ସହ ୧୮ ଡିସେମ୍ବର ବାଲେଶ୍ଵରଠାରେ ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାକୁ ନେଇ ଆଞ୍ଚଳିକ ସ୍ତରର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହେଉଥିବା ରୁ ଏହାର ସଫଳତା ପାଇଁ ସ୍ଵତନ୍ତ୍ର ନିଷ୍ପତ୍ତି ହୋଇଅଛି। ଏହି ବୈଠକକୁ ସିପିଆଇ ର ନବନିର୍ବାଚିତ ରାଜ୍ୟ ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଉଦ୍ଘାଟନ କରି ଦେଶର ଗଣତନ୍ତ୍ର ଓ ଏହାର ଵିଭିନ୍ନତା ମଧ୍ୟରେ ଏକତାର ମନ୍ତ୍ରରେ ଦେଶକୁ ପରିଚାଳନା କରୁଥିବା ସମ୍ବିଧାନ ଉପରେ ସାମ୍ପ୍ରଦାୟିକ ଆରଏସସ୍ଏସ୍ ପରିଚାଳିତ ଵିଜେପି ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଯଥା ସଂସଦ, ସିବିଆଇ, ଇଡି, ବିଚାର ବ୍ୟବସ୍ଥା ଏପରିକି ନିର୍ବାଚନ ବ୍ୟବସ୍ଥାକୁ ଧ୍ଵଂସ କରି ଏହାର ଏକତା, ଅଖଣ୍ଡତା, ସାର୍ବଭୌମତ୍ଵ ଓ ଗଣତନ୍ତ୍ର ଉପରେ ଏକଛତ୍ରଵାଦୀ ଆକ୍ରମଣ ସହ ଦେଶର ଜନଗଣଙ୍କୁ ଦରବୃଦ୍ଧି, ଵେରୋଜଗାରୀ, ଅଣଶିକ୍ଷା ଭିତରକୁ ଠେଲିଦେଇ ବିଜେପିକୁ ଚାନ୍ଦା ଦେଉଥିବା ରାହୁ ପୁଞ୍ଜିପତି ଙ୍କ ଲାଭ ଓ ଲୋଭ ଚରିତାର୍ଥ କରିବାପାଇଁ ଅହରହ ଉଦ୍ୟମ କରୁଛି। ସଂଖ୍ୟାଲଘୁ, ମହିଳା, ଆଦିବାସୀ ଓ ଦଳିତଙ୍କୁ ଅତ୍ୟାଚାର କରିଚାଲିଛି। ତେଣୁ ଏହି ଏକଛତ୍ରଵାଦୀ ଶାସନର ଅବସାନ ପାଇଁ ଶ୍ରମିକ, କୃଷକ, ଛାତ୍ର, ଯୁବ ଆନ୍ଦୋଳନକୁ ଶାଣିତ କରିବା ସହ ବାମପନ୍ଥୀ ଏକତାକୁ ସୁଦୃଢ କରି ଗଣତାନ୍ତ୍ରୀକ ଓ ଧର୍ମନୀରପେକ୍ଷ ଶକ୍ତିଙ୍କୁ ଐକ୍ଯଵଦ୍ଧ କରାଇ ଦେଶର ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନୀପେକ୍ଷତା ରକ୍ଷା କରିବା ପ୍ରାଥମିକ ଦାୟିତ୍ଵ ଅଟେ। ତେଣୁ କମ୍ୟୁନିଷ୍ଟ ପାର୍ଟିର ପ୍ରତ୍ଯେକ ଶାଖା, ଅଞ୍ଚଳ ଓ ଜିଲ୍ଲା କମିଟି ମାନେ ଜନଗଣଙ୍କ ସମସ୍ୟା ନେଇ ଶକ୍ତିଶାଳୀ ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ଵାନ ଦେଇଥିଲେ। ଏହି ବୈଠକରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ ଚଣ୍ଡିଗଡ ଠାରେ ଗତ ସେପ୍ଟେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ପାର୍ଟିର ୨୫ତମ ମହାଧିଵେଶନର ନିଷ୍ପତ୍ତି ସମ୍ପର୍କରେ ସୁଚନା ଦେଇ ଏକ ସୁଦୃଢ଼ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦେଶର ଏହି ସଂକଟକୁ ମୁକାବିଲା କରିବାର ମୂଳ ଉତ୍ସ ହୋଇପାରିବ ବୋଲି ଆହ୍ଵାନ ଦେଇଥିଲେ। ୨୬ଡିସେମ୍ଵର ୧୯୨୫ ରେ କାନପୁର ସର୍ଵ ଭାରତୀୟ ସମ୍ମିଳନୀରେ ପ୍ରତିଷ୍ଠା ଲାଭ କରିଥିବା ସିପିଆଇ ର ରାଜ୍ୟସ୍ତରୀୟ ଶତବାର୍ଷିକୀ ଗତ୨୦୨୪ ମସିହା ୨୬ଡିସେମ୍ଵରରେ କଟକଠାରେ ଉଦଘାଟିତ ହୋଇଥିବା ବେଳେ ଉକ୍ତ ଦିନଠାରୁ ସମଗ୍ର ଓଡ଼ିଶାରେ ଵ୍ରାଞ୍ଚ, ଜୋନ ଓ ଜିଲ୍ଲାସ୍ତରରେ ଶତବାର୍ଷିକୀ ପାଳନ ହେଉଅଛି। ମୟୁରଭଞ୍ଜ,ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାକୁ ନେଇ ବାଲେଶ୍ଵରଠାରେ ଆସନ୍ତା ୧୮ଡିସେମ୍ଵର ଆଞ୍ଚଳିକ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହେବ।ଏଥିରେ ୩ ଜିଲ୍ଲାରେ ଗତ ଶହେ ବର୍ଷଧରି ସମସ୍ତ ବିପ୍ଳବୀ ଆନ୍ଦୋଳନର ନେତୃତ୍ଵ ଙ୍କ ଉତ୍ତରାଧିକାରୀମାନଙ୍କ ବନ୍ଧୁ ମିଳନ ସହ ଏ ତିନି ଜିଲ୍ଲା ପାଇଁ ପାର୍ଟିର ଅବଦାନ ଉପରେ ଆଲୋକପାତ କରାଯିବ। ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାର ସିପିଆଇ ର ପ୍ରତ୍ୟେକ ସଭ୍ୟ ଓ ସମର୍ଥକ ଏହି ସମାରୋହରେ ବହୁ ସଂଖ୍ୟାରେ ଯୋଗଦାନ ସହ ଏହାର ରୂପାୟନ ପାଇଁ ଆବଶ୍ୟକୀୟ ସହଯୋଗ କରିଵାକୁ ନିଷ୍ପତ୍ତି କରାଗଲା। ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ଜିଲ୍ଲା ସହ ସମ୍ପାଦକ ପରମେଶ୍ଵର ମହାନ୍ତ, କାର୍ଯ୍ୟକାରୀ କମିଟି ସଦସ୍ୟ ଶୁକଦେଵ ସିଂ, ପାରାଓ ହାଁସଦା, ପ୍ରତାପ ନାଏକ, ଅଞ୍ଚଳ ସମ୍ପାଦକ ବଳରାମ ମୁର୍ମୁ ପ୍ରମୁଖ ସଭ୍ୟ ସଂଗ୍ରହ, ଜନ ସମସ୍ୟା ନେଇ ଆନ୍ଦୋଳନ, ଗଣ ପାଣ୍ଠି ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ବୈଠକ ନାରାୟଣ ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା। ବୈଠକ ଆରମ୍ଭରେ ଉତ୍ତର ଓଡ଼ିଶାରୁ ସିପିଆଇ ର ପ୍ରଥମ କରି ରାଜ୍ଯସମ୍ପାଦକ ଭାବେ ନିର୍ବାଚିତ ଡଃ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସଙ୍କୁ ପାରମ୍ପାରିକ ଆଦିଵାସୀ ଉତ୍ତରୀୟ ରେ ସମ୍ମାନିତ କରାଯାଇଥିଲା।ଏହି ବୈଠକରେ ଏଆଇଟିୟୁସି ନେତା ମହେଶ୍ଵର ବେହେରା, ଭାରତୀୟ ଖେତମଜଦୂର ୟୁନିୟନର ନୀରଞ୍ଜନ ମହାନ୍ତ,ମୁକୁଳା ସିଂ, ଶ୍ଯାମଳେନ୍ଦୁ ସିଂ, ଶରତ ବିନ୍ଧାଣୀ, ଛତ୍ତିଶ ସି, ରୁପା ବିନ୍ଧାଣୀ,ମୋନିକା ପାତ୍ର, ମଧୁସ୍ମିତା ମହାନ୍ତ, ସୁଲୋଚନା ଗିରି ପ୍ରମୁଖ ଟାଟା ପାଓ୍ଵାର ଦ୍ଵାରା ବିଦ୍ୟୁତ ଗ୍ରାହକ ଲୁଣ୍ଠନ ସମେତ, ନିର୍ବାଚନ କମିଶନଙ୍କ ମାନବୀୟ ଅଧିକାର କ୍ଷୁର୍ଣ୍ଣ କାରୀ ଏସ୍ଆଇଆର, ରାସନ କାର୍ଡ ରୁ ଅନେକ ଲୋକଙ୍କୁ ବାଦ ଦେବାର ଷଡ଼ଯନ୍ତ୍ର, ମୟୁରଭଞ୍ଜ ଟେଲିକମ ଡିଭିଜନ ସ୍ଥାନାନ୍ତର ବିରୋଧରେ ଆଲୋଚନା କରାଯାଇଛି। ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାର ନିଷ୍ପତ୍ତି ବୈଠକରେ ନିଆଯାଇଅଛି।

