Img 20251128 wa0187

ବାରିପଦା ମୋହର୍ଷି ପବ୍ଲିକ ବିଦ୍ୟାଳୟରେ 23 ତମ କ୍ରୀଡା ପ୍ରତିଯୋଗିତା: ଷ୍ଟାଡିୟମ ପଡିଆରେ ଭବ୍ୟ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ମୋହର୍ଷି ପବ୍ଲିକ ବିଦ୍ୟାଳୟରେ 23 ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଭବ୍ୟ ଭାବରେ ଅନୁଷ୍ଠିତ ହେଲା। ଉଦଯାପନୀ ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ବିଦ୍ୟାଳୟ ତରଫରୁ ଷ୍ଟାଡିୟମ ପଡିଆରେ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭ ଗୁରୁ ପୂଜନ ଓ ପିଲାମାନଙ୍କ ଦ୍ଵାରା ସୁଗମ ସଙ୍ଗୀତ ଗାନରେ ହୋଇଥିଲା। ପରବର୍ତ୍ତୀତ ଅତିଥିମାନଙ୍କୁ ସ୍ୱାଗତ, ସମସ୍ତଙ୍କ ଶପଥ ପାଠ ଓ ଜାତୀୟ ସଙ୍ଗୀତ ପରେ ଦର୍ଶନୀୟ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ଏହା ପରେ ବିଭିନ୍ନ ବୟସ୍ କାଟାଗୋରୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ବେଙ୍ଗ ଦୌଡ଼, ଛୁଞ୍ଚି ସୁତା ଦୌଡ଼,ସ୍କିପିଙ୍ଗ, ଅଙ୍କ ଦୌଡ଼, ସହିତ ଅନେକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଅଧିକାରୀ  କୁମାର ରଞ୍ଜନ ପଣ୍ଡା ଓ ସମ୍ମାନୀୟ ଅତିଥି ଭାବେ ଏମ.ଏନ. ନିୟୁଜର ସମ୍ପାଦକ  ହିମାଂଶୁ ଶେଖର ପ୍ରହରାଜ ଉପସ୍ଥିତ ଥିଲେ। ଅତିଥିମାନେ ପିଲାମାନଙ୍କୁ କ୍ରୀଡାର ଗୁରୁତ୍ୱ, ଶିଶୁଙ୍କ ଶାରୀରିକ-ମାନସିକ ବିକାଶ ଓ ଶିଷ୍ଟାଚାର ବିଷୟରେ ପ୍ରେରଣାଦାୟକ ଭାଷଣ ଦେଇଥିଲେ।
କାର୍ଯ୍ୟକ୍ରମର ଅଧ୍ୟକ୍ଷତା ବିଦ୍ୟାଳୟର ଅଧ୍ୟକ୍ଷ  ଶ୍ରୀଯୁକ୍ତ କାଜଲକାନ୍ତି ମହାପାତ୍ର କରିଥିଲେ। କ୍ରୀଡା ଶିକ୍ଷୟିତ୍ରୀ ମୋନା ଦାସଙ୍କ  ନିତ୍ୟନିଷ୍ଠା ଓ ପରିଚାଳନାରେ ସମସ୍ତ ଖେଳ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅବର୍ଣ୍ଣନୀୟ ଥିଲା|
Shrutilipi ad