ବାରିପଦା: ନିକଟରେ ଲୋକସେବା ଭବନ ପରିସରରେ ରାଜ୍ୟ ସରକାର ଙ୍କ ଓଡ଼ିଶା ସଂସ୍କୂତି ବିଭାଗ ତରଫରୁ ଓଡ଼ିଆ ଭାଷା,ସାହିତ୍ୟ ଏକାଡେମୀ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ୨୦୨୩,୨୪ ଏଵଂ୨୫ ମସିହା ପାଇଁ ମୋଟ ୧୩୪ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ରାଜ୍ଯ ସଂସ୍କୃତି ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଭୂଵନେଶ୍ଵର ବିଧାୟକ ବାବୁ ସିଂ, ବିଧାୟକ ତଥା ଅଭିନେତି ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ସ୍ବତନ୍ତ୍ର ଶାସନ ସଚିବ ଦେଶ ପ୍ରସାଦ ଦାସ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ଼ଃ ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗ ଦେଇଥିଲେ । ୨୦୨୪ ବର୍ଷସଂଗୀତ ନାଟକ ଶିକ୍ଷା ଏକାଡେମୀ ତରଫରୁ ସ୍ବର୍ଗତ କବିଚନ୍ଦ୍ର କାଳୀଚରଣ ପଟନାୟକ ସ୍ମୃତିରେ ବାମନଘାଟି ଉପଖଣ୍ଡ ର ବିଶିଷ୍ଟ ଯୁବ ଛଉ କଳାକାର ଶିବ କୁମାର ମହାନ୍ତଙ୍କୁ ଯୁବ ପ୍ରତିଭାରେ ଅତିଥିଗଣ ପୁଷ୍ପଗୁଛ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଏହି ଖୁସି ଖବର ପାଇ ଉପଖଣ୍ଡ ଅଞ୍ଚଳର କଳାକାର ବୃନ୍ଦ , ସାଙ୍ଗସାଥୀ,ଜ୍ଞାତି ପରିଜନ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

